Odisha Covid19: ଆଜି ରାଜ୍ୟରେ ଆଉ ୩୪୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୩ ହଜାର ୪୦୪  ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୩୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୦୨ ଜଣ ସୁସ୍ଥ କଟକରୁ ୩୭୪ ଜଣ, ଅନୁଗୋଳରୁ ୮୩ ଜଣ, ବରଗଡ଼ରୁ ୧୦୭ ଜଣ, ଯାଜପୁରରୁ ୧୦୬ ଜଣ, ମୟୁରଭଞ୍ଜରୁ ୧୩୦ ଜଣ, ଭଦ୍ରକରୁ ୯୨ ଜଣ, ବାଲେଶ୍ଵରରୁ ୧୪୮ ଜଣ, ଢେଙ୍କାନାଳରୁ  ୭୦ ଜଣ, ପୁରୀରୁ ୨୮୯ ଜଣ, ଜଗତସିଂପୁରରୁ ୯୦ ଜଣ, ରାୟଗଡାରୁ ୨ଜଣ, ଗଞ୍ଜାମରୁ ୪୮ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୩୦ ଜଣ, ନୟାଗଡ ୭୪ ଜଣ, ସୋନପୁରରୁ ୪୮ ଜଣ, ବଲାଙ୍ଗୀରରୁ ୭୦ ଜଣ, ସୁନ୍ଦରଗଡରୁ ୬୬ ଜଣ, ଝାରସୁଗୁଡାରୁ ୮୬  ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୦ ଜଣ, କେନ୍ଦ୍ରାପଡା ୯୮ ଜଣ, କୋରାପୁଟରୁ ୫୨, କେଉଁଝରରୁ ୧୧୬ ଜଣ, କନ୍ଧମାଳରୁ ୭୧ ଜଣ, ନୂଆପଡ଼ାରୁ ୭୭ ଜଣ, କଳାହାଣ୍ଡିରୁ ୭୨ ଜଣ, ଗଜପତିରୁ ୧୮ ଜଣ, ବୌଦ୍ଧରୁ ୨୨ ଜଣ, ମାଲକାନଗିରି ଜିଲ୍ଲାରୁ ୩୮ ଜଣ, ଦେଓଗଡରୁ ୧୧ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୬୪ ଜଣ ସୁସ୍ଥ ହୋଇଛନ୍ତି।

Also Read | Odisha Covid19: ଆଜି ପୁଣି ନୂଆ ୨୬୯୭ ଜଣ କରୋନା ପଜିଟିଭ ଚିହ୍ନଟ

Share this: