Odisha Covid19: ଆଜି ପୁଣି ନୂଆ ୨୬୯୭ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୨ ହଜାର ୬୯୭ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୫୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୨୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୮୨ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୪୫ ଜଣ, କଟକରୁ ୨୩୪ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, କୋରାପୁଟରୁ ୪୫ ଜଣ, କେନ୍ଦ୍ରାପଡ଼ାରୁ ୬୯ ଜଣ, କେଉଁଝରରୁ 75 ଜଣ ଓ କଳାହାଣ୍ଡିରୁ ୪୫ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୦୭ ଜଣ, ସୁନ୍ଦରଗଡ଼ରୁ ୧୨୦ ଜଣ ଓ ସୋନପୁର ଜିଲ୍ଲାରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୧୮ ଜଣ, ଜଗତସିଂହପୁରରୁ  ୬୫ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭୭ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୮୬ ଜଣ, ବାଲେଶ୍ଵରରୁ ୧୧୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୬୨ ଜଣ, ବୌଦ୍ଧରୁ ୩୧ ଜଣ ଏବଂ ଭଦ୍ରକରୁ ୬୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୬୪ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୮ ଜଣ, ନବରଙ୍ଗପୁରରୁ ୫୧ଜଣ ଓ ନୂଆପଡ଼ାରୁ ୧୫୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୪୫ ଜଣ, ଦେଓଗଡରୁ ୧୫ ଜଣ, ରାୟଗଡାରୁ ୩ ଜଣ, ଅନୁଗୋଳରୁ ୧୦୭ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୩୪ ଜଣ ଏବଂ ମାଲକାନଗିରିରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୯୪ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୬ ଲକ୍ଷ ୬୪ ହଜାର ୬୭୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୪୬ ହଜାର ୮୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୮୧୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read | Jan Andolan:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ‘ଜନ ଆନ୍ଦୋଳନ’ରେ ଯୋଗଦେବାକୁ ଦେଶବାସୀଙ୍କୁ ନିବେଦନ

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

AMAZON GREAT INDIAN FESTIVAL : 17 October ରୁ ଆରମ୍ଭ, iPhone 11 ଓ OnePlus 8 ୫୦ ହଜାରରୁ କମ!!

Share this: