Typhoon Goni: ସୁପର ଟାଇଫୁନ୍ ଗୋନିର ଫିଲିପାଇନ୍ସରେ ଦୁଇଟି ଲ୍ୟାଣ୍ଡଫଲ୍

Share this:

ଲୁଜୋନ (Luzon): ପୂର୍ବ ଫିଲିପାଇନ୍ସରେ (Eastern Philippines) ଏକ ସୁପର ଟାଇଫୁନ୍ ଗୋନି (Super Typhoon Goni)  ଦୁଇଟି ଲ୍ୟାଣ୍ଡଫଲ୍ (Landfall) କରି ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ଆଣିଛି ଯାହାଫଳରେ ୧୦ ଲକ୍ଷ ଉପରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଶାସନ ଦ୍ଵାରା ସ୍ଥାନାନ୍ତର କରାଯାଇଛି।

ଟାଇଫୁନ୍ ଗୋନି (Typhoon Goni) ଚଳିତ ବର୍ଷ ଦୁନିଆର ସବୁଠାରୁ ଶକ୍ତିଶାଳୀ ଝଡ ଅଟେ, ଯାହାକି ୨୨୫ କିଲୋମିଟର ସ୍ଥାୟୀ ପବନ ବେଗ ଥିଲା କିନ୍ତୁ ଏହା ୩୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇ ପବନର ତୀବ୍ର ବେଗ ସହିତ ଅଧିକ ଶକ୍ତିଶାଳି ହୋଇଯାଇଥିଲା।

ସୂଚନାଯୋଗ୍ୟ ଟାଇଫୁନ୍ ଗୋନି ଫିଲିପାଇନ୍ସର ବୃହତ୍ତମ ତଥା ଜନବହୁଳ ଦ୍ୱୀପପୁଞ୍ଜର ଲୁଜୋନର ଦକ୍ଷିଣ ଭାଗରେ ପ୍ରବେଶ କରିଥିଲା।

ରେଡ ଆଲର୍ଟ ଜାରି କରାଯାଇଥିବାବେଳେ ଅଧିକାରୀମାନେ କରୋନା ଭାଇରସ୍ (Corona Virus) ସଂକ୍ରମଣ ଆଶଙ୍କା ହେତୁ ସାମାଜିକ ଦୂରତା ଉପରେ ନଜର ରଖିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ମାନିଲାର ନିନୋ ଆକ୍ୱିନୋ ଅନ୍ତର୍ଜାତୀୟ ବିମାନବନ୍ଦର (Manila’s Ninoy Aquino International Airport) କୁ ଗୋଟିଏ ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଅନେକ ଅନ୍ତର୍ଜାତୀୟ ତଥା ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଛି।

Also Read| Turkey Earthquake: ତୁର୍କୀରେ ଭୟଙ୍କର ଭୂକମ୍ପ, ସମୁଦ୍ର ଜଳ ହେଲା ଅଦୃଶ୍ୟ

Share this:

Leave a Reply

Your email address will not be published. Required fields are marked *