Swabhiman Anchal: ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ଦେବେ ମାଗଣାରେ ସ୍ମାର୍ଟ ଫୋନ୍‍

Share this:

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆଜି ଡିଜିଟାଲ ପ୍ଲାଟଫର୍ମ (Digital Platform) ରେ ସ୍ୱାଭିମାନଅଞ୍ଚଳ (Swabhiman Anchala) ର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ୍‍ (Smart Phone) ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି। ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ମୋର ଉଦ୍ୟମ ଜାରି ରହିବ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ଫୋନ୍‍ ଯୋଗାଇଦେବେ। ମୋବାଇଲ ଫୋନ ଦ୍ୱାରା ପିଲାଙ୍କ ଅନ୍‍ଲାଇନ (Online) ଶିକ୍ଷାରେ ସୁବିଧା ହେବା ସହିତ ଏହି ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡ଼ିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଥିଲେ। ସେ କହିଥିଲେ ଯେ ସ୍ୱାଭିମାନ ଅଞ୍ଚଳରେ ୪ଟି ମୋବାଇଲ୍‍ ଟାୱାର ହୋଇଥିବା ବେଳେ ୪ଜି (4-G) ସୁବିଧା ସହ ଆଉ ତିନୋଟି ଟାୱାର ସ୍ଥାପନ କରାଯିବ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ୨୦୧୮ ଜୁଲାଇ ମାସରେ ସେ ସ୍ୱାଭିମାନ ଅଞ୍ଚଳ ଗସ୍ତକରି ଗୁରୁପ୍ରିୟା ସେତୁର ଉଦ୍‍ଘାଟନ କରିଥିଲେ। ସେତେବେଳେ ସେ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିଥିଲେ। ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ।

ଏହି ପରିବର୍ଦ୍ଧିତ ପ୍ୟାକେଜରେ ଶିକ୍ଷାଠାରୁ ଆରମ୍ଭ କରି ଜୀବିକା ସ୍ୱାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ। ସେହିପରି ମିଶନ ଶକ୍ତି (Mission Shakti) ର ମା ମାନଙ୍କ ପାଇଁ ଏକ୍ସପୋଜର ଭିଜିଟ୍‍ର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ସ୍ୱାଭିମାନ ଅଞ୍ଚଳରେ ଜାରି ରହିଥିବା ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ୱାଭିମାନ ଅଞ୍ଚଳରେ ହଳଦୀ ଚାଷ ପ୍ରତି ଲୋକଙ୍କ ଆଦର ଦେଖି ଏଠାରେ ଅଧିକ ହଳଦୀ ଚାଷ ପାଇଁ ବ୍ୟବସ୍ଥା ସହିତ ପ୍ରୋସେସିଙ୍ଗ୍‍ ଏବଂ ବଜାର ସୃଷ୍ଟି ପାଇଁ ବ୍ରାଣ୍ଡି ମଧ୍ୟ କରାଯାଉଛ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହିଂସା ଛାଡ଼ି ସମାଜର ମୁଖ୍ୟ ଧାରାରେ ସାମିଲ୍‍ ହେବାପାଇଁ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଥିଲେ।

Also Read | QRSAM Test: ଚାନ୍ଦିପୂରରେ କ୍ୟୁଆର୍‍ଏସ୍‍ଏଏମ୍‍ ର ସଫଳ ପରୀକ୍ଷଣ

[amazon_auto_links id=”9939″]

Share this: