QRSAM Test: ଚାନ୍ଦିପୂରରେ କ୍ୟୁଆର୍‍ଏସ୍‍ଏଏମ୍‍ ର ସଫଳ ପରୀକ୍ଷଣ

Share this:

ବାଲେଶ୍ଵର: ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର କ୍ୟୁଆର୍‍ଏସ୍‍ଏଏମ୍‍ (Quick-reaction surface-to-air missile -QRSAM) ର ବାଲେଶ୍ୱର ଚାନ୍ଦିପୂର (Chandipur ) ସ୍ଥିତ ଆଇଟିଆର୍‍ ( Integrated Test Range) ୩ ନମ୍ବର ଲଞ୍ଚପ୍ୟାଡ୍‍ରୁ ଗତକାଲି ଅପରାହ୍ଣ ୩ଟା ୩୮ ମିନିଟ୍‍ରେ ସଫଳ ପରୀକ୍ଷଣ କରାଯାଇଛି।

ସୂଚନାଯୋଗ୍ୟ ଯେ ଭାରତୀୟ ସେନାର ପ୍ରତିରକ୍ଷା କାର୍ଯ୍ୟକୁ ସଫଳ କରିବା ପାଇଁ ଏହାକୁ ବିକଶିତ କରାଯାଇଛି। ଏହା ଏକ ପାଇଲଟ୍‍ ବିହୀନ ବିମାନକୁ ମଧ୍ୟମ ଦୂରତା ଓ ଉଚ୍ଚତାରେ ଲକ୍ଷ୍ୟଭେଦ କରିଛି। ବିଶେଷକରି ଏହା ଏକ କଠିନ ପ୍ରୋପେଲାଣ୍ଟ ରକେଟ ମୋଟର ଚାଳିତ କ୍ଷେପଣାସ୍ତ୍ର ଏବଂ ଏଥିରେ ସମସ୍ତ ସ୍ୱଦେଶୀ ଯନ୍ତ୍ରାଂଶ ବ୍ୟବହୃତ ହୋଇଛି। ୬ଟି କ୍ୟାନିଷ୍ଟରାଇଜ୍‍ଡ୍‍ କ୍ଷେପଣାସ୍ତ୍ର ପରିବହନ କରୁଥିବା ଏକ ଭ୍ରାମ୍ୟମାଣ ଉତ୍‍କ୍ଷେପଣ ଯାନରୁ ଏହାର ସଫଳ ପରୀକ୍ଷଣ କରାଯାଇଛି।

ସମସ୍ତ କ୍ୟୁଆର୍‍ଏସ୍‍ଏଏମ୍‍. ଉଇପନ ସିଷ୍ଟମ ଉପାଦାନ ମଧ୍ୟରେ ବ୍ୟାଟେରୀ ଚାଳିତ ବହୁମୂଖୀ କାର୍ଯ୍ୟଯୁକ୍ତ ରାଡାର, ବ୍ୟାଟେରୀ ପର୍ଯ୍ୟବେକ୍ଷଣ ରାଡାର, କମାଣ୍ଡ ପୋଷ୍ଟ ଯାନ ସମେତ ଭ୍ରାମ୍ୟମାଣ ଯାନଗୁଡ଼ିକୁ ମଧ୍ୟ ପରୀକ୍ଷା ସ୍ଥଳରେ ମୁତୟନ କରାଯାଇଥିଲା। ଏହି କ୍ୟୁଆର୍‍ଏସ୍ଏଏମ୍‍ ପଦ୍ଧତି ଲକ୍ଷ୍ୟକୁ ଚିହ୍ନଟ କରି ତାହାର ଅନୁଧାବନ କରିବା ସହ ଭେଦ ମଧ୍ୟ କରିପାରିବ।

Also Read| Lock Down: ପୁଣିଥରେ ଦିଲ୍ଲୀରେ ଲକ୍ ଡାଉନ୍ ହୋଇପାରେ, କେବଳ ୫୦ ଜଣ ଲୋକ ବିବାହ ଉତ୍ସବରେ ଯୋଗ ଦେବାକୁ ଅନୁମତି

Share this: