Lock Down: ପୁଣିଥରେ ଦିଲ୍ଲୀରେ ଲକ୍ ଡାଉନ୍ ହୋଇପାରେ, କେବଳ ୫୦ ଜଣ ଲୋକ ବିବାହ ଉତ୍ସବରେ ଯୋଗ ଦେବାକୁ ଅନୁମତି

Share this:

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା (Corona Virus) ମାମଲା କ୍ରମାଗତ ଭାବେ ବୃଦ୍ଧି ହେତୁ ସରକାରଙ୍କ ଚିନ୍ତା ବଢେଇ ଦେଇଛି। ବଜାର ବନ୍ଦ କରିବାକୁ ଦିଲ୍ଲୀ ସରକାର ପ୍ରସ୍ତୁତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Aravind Kejriwal) ମଙ୍ଗଳବାର କହିଛନ୍ତି ଯେ କରୋନାକୁ ରୋକିବା ପାଇଁ ଆଉ ଏକ ଲକଡାଉନ (Lockdown) ଲଗାଯାଇପାରେ।

ଏଥି ସହିତ, ଦିଲ୍ଲୀରେ ବର୍ତ୍ତମାନ ୨୦୦ ବଦଳରେ ୫୦ ଜଣ ଲୋକ ବିବାହ କାର୍ଯ୍ୟରେ ଯୋଗଦେବେ। ଏ ସମ୍ପର୍କରେ ଦିଲ୍ଲୀ ସରକାର କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇଛନ୍ତି। ଦୁଇ ଦିନ ପୂର୍ବେ ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଦିଲ୍ଲୀର କରୋନା ସ୍ଥିତିର ସମୀକ୍ଷା କରିଥିଲେ।

ସୂଚନାଯୋଗ୍ୟ ଦେଶରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ୧୨ଟି ରାଜ୍ୟରେ କରୋନା ପୁନରୁଦ୍ଧାର ହାର ୯୫% ରୁ ଅଧିକ। ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୮୮ ଲକ୍ଷ ୭୪ ହଜାର ୧୭୨କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୮୨ ଲକ୍ଷ ୮୮ ହଜାର ୧୬୯ ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୨୮  ହଜାର ୩୭୭ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୪ ମାସ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ। ଏହାପୂର୍ବରୁ ଜୁଲାଇ ୧୪ ରେ ସର୍ବନିମ୍ନ ୨୯ ହଜାର ୯୧୭ ରୋଗୀ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଦେଶରେ ୪ ଲକ୍ଷ ୫୩ ହଜାର ୪୪୯ ସକ୍ରିୟ ମାମଲା ଅଛି।

ସେହିପରି ଭାରତର ପୁନରୁଦ୍ଧାର ହାର ୯୩.୩୯% ରେ ପହଞ୍ଚିଛି। ପୃଥିବୀର ସଂକ୍ରମିତ ଦେଶ ମଧ୍ୟରେ ଭାରତର ପୁନରୁଦ୍ଧାର ହାର ଅଧିକ ରହିଛି। ଯାହାକି ଯୁକ୍ତରାଷ୍ଟ୍ରରେ ୬୦.୮୪%, ବ୍ରାଜିଲରେ ୯୦.୨୨% ଏବଂ ରୁଷରେ ୭୪.୬୦%।

Also Read | Online Games: ଆପଣଙ୍କ ପିଲା ଲୁଚି ଲୁଚି Mobile Game ଖେଳୁଛି କି? ଜାଣିବେ କିପରି!

Share this: