Odisha Covid-19: ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ପାର, ଆଜି ସୁସ୍ଥ ହେଲେ ୧୩୧୫ ଜଣ; ଆଜି ୧୭ ମୃତ

Share this:

ଭୁବନେଶ୍ଵର: ରାଜ୍ୟରେ ଗତକାଲି ୧ ହଜାର ୩୧୫ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୭୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁଖୋର୍ଦ୍ଧା ଜିଲ୍ଲାରୁ ୧୪୩ ଜଣ, କଟକରୁ ୧୪୪ ଜଣ, ଅନୁଗୋଳରୁ ୪୪ ଜଣ, ବରଗଡ଼ରୁ ୬୨ ଜଣ, ଯାଜପୁରରୁ ୫୫ ଜଣ, ମୟୁରଭଞ୍ଜରୁ ୮୭ ଜଣ, ଭଦ୍ରକରୁ ୨୩ ଜଣ, ବାଲେଶ୍ଵରରୁ ୫୩ ଜଣ, ଢେଙ୍କାନାଳରୁ ୧୬ ଜଣ, ପୁରୀରୁ ୭୭ ଜଣ, ଜଗତସିଂପୁରରୁ ୭୪ ଜଣ, ରାୟଗଡାରୁ ୩ ଜଣ, ଗଞ୍ଜାମରୁ ୧୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୭ ଜଣ, ନୟାଗଡରୁ ୨୩ ଜଣ, ସୋନପୁରରୁ ୧୯ ଜଣ, ବଲାଙ୍ଗୀରରୁ ୪୨ ଜଣ, ସୁନ୍ଦରଗଡରୁ ୧୧୬ ଜଣ, ଝାରସୁଗୁଡାରୁ ୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪ ଜଣ, କେନ୍ଦ୍ରାପଡା ୫୪ ଜଣ, କୋରାପୁଟରୁ ୩୧ ଜଣ, କେଉଁଝରରୁ ୪୨ ଜଣ, କନ୍ଧମାଳରୁ ୯ ଜଣ, ନୂଆପଡ଼ାରୁ ୪୧ ଜଣ, କଳାହାଣ୍ଡିରୁ ୩୫ ଜଣ, ମାଲକାନଗିରି ଜିଲ୍ଲାରୁ ୧୬ ଜଣ, ଦେଓଗଡରୁ ୨ ଜଣ,ଗଜପତି ଜିଲ୍ଲାରୁ  ଜଣେ  ଏବଂ ଷ୍ଟେଟ୍ ପୁଲରୁ ୨୭ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୫ଶହ ୬୦ରେ ପହଁଚିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରୁ ୩, ସୁବର୍ଣ୍ଣପୂର ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ଼, ଭୁବନେଶ୍ୱର, ଭଦ୍ରକ, କଟକ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Also Read| LL: Board 10th 12th Exam 2021: ଏହି ରାଜ୍ୟରେ ଦଶମ, +୨ ବୋର୍ଡ ପରୀକ୍ଷା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ, CBSE ନିଷ୍ପତି ଉପରେ ନଜର

[amazon_auto_links id=”10086″]

Share this: