Covid-19 Odisha Updates: ରାଜ୍ୟରୁ କମୁଛି କୋଭିଡ ସଂକ୍ରମଣ, ଆଜି ୬୭୧ ସଂକ୍ରମିତ ଚିହ୍ନଟ, ୧୫ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 Updates ଆଜି ଓଡ଼ିଶାରୁ ପୁଣି  ୬୭୧ ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୩୧ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୯୩ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୭୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୦୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୨୨ଜଣ, ବାଲେଶ୍ଵରରୁ ୧୨ଜଣ, ବରଗଡ଼ରୁ ୧୬ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦରୁ ୧୬ଜଣ, କଟକରୁ ୩୧ଜଣ, ଦେଓଗଡ଼ରୁ ୬ଜଣ, ଢେଙ୍କାନାଳରୁ ୫ଜଣ, ଗଜପତିରୁ ୩୧ଜଣ, ଗଞ୍ଜାମରୁ ୧୧ଜଣ, ଜଗତସିଂପୁରରୁ ୧୨ଜଣ, ଯାଜପୁରରୁ ୪୭ଜଣ, ଝାରସୁଗୁଡାରୁ ୨୦ଜଣ, କଳାହାଣ୍ଡିରୁ ୧୧ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୯ଜଣ, କେଉଁଝରରୁ ୯ଜଣ, ଖୋର୍ଦ୍ଧାରୁ ୧୦୩ଜଣ, କୋରପୁଟରୁ ୩୯ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୨୨ଜଣ, ନବରଙ୍ଗପୁରୁ ୪ଜଣ, ନୟାଗଡ଼ରୁ ୧୮ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୧୨ଜଣ, ରାୟଗଡାରୁ ୯ଜଣ, ସୋନପୁରରୁ ଜଣେ, ସମ୍ବଲପୁରରୁ ୨୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୭ ଲକ୍ଷ ୧୫ ହଜାର ୪୯୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୧ ହଜାର ୪୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୪୬୫ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୬୪ ହଜାର ୫୭୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ହଜାର ୮୫୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରିରାଜ୍ୟରେ ୧୫ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୭୬ କୁ ବୃଦ୍ଧି ପାଇଛି।

Share this: