Odisha Panchayat Election: ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଶେଷ, ୭୧ ପ୍ରତିଶତ ମତଦାନ

Share this:

ଭୁବନେଶ୍ଵର: Odisha Panchayat Election ରାଜ୍ୟରେ ଆଜି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ସଂଖ୍ୟା ବଢ଼ିପାରେ। କିଛି ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ହୋଇଛି। ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ମତଦନରେ ବାଧା ଉପୁଜିବା ଖବର ମିଳିଛି। ବାଲାଟପେପର ତୃଟି ପାଇଁ ୨ କିମ୍ବା ୩ଟି ଜାଗାରେ ପୁନଃଭୋଟ ଆବଶ୍ୟକ ପଡ଼ିପାରେ। ଏ ନେଇ ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟର ଆଜି ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଆସନ ୧ ହଜାର୫୧୪ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମତଦାନ ହୋଇଛି। ଆଜି ୧୮୬ଟି ଜିଲ୍ଲା ପରିଷଦ ଆସନରେ ୭୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ମୋଟ ୨୦ ହଜାର ୪୩୬ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା। ୩ ହଜାର ୬୫ଟି ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏବେ ଭୋଟବାକ୍ସଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ଲକ ମୁଖ୍ୟାଳୟରେ ରଖାଯାଇଛି।

Share this: