Covid-19 Odisha Updates: ଓଡ଼ିଶାରୁ ଆଜି ୫୩୪ ସଂକ୍ରମିତ ଚିହ୍ନଟ, ୧୮ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 news ଆଜି ଓଡ଼ିଶାରୁ ଆଉ ୫୩୪ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୪୭ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୧୦ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୨୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୧୧ଜଣ, ବାଲେଶ୍ଵରରୁ ୧୫ଜଣ, ବରଗଡ଼ରୁ ୮ଜଣ, ଭଦ୍ରକରୁ ୬ଜଣ, ବଲାଙ୍ଗୀରିରୁ ୫ଜଣ, ବୌଦରୁ ୮ଜଣ, କଟକରୁ ୧୫ଜଣ, ଦେଓଗଡ଼ରୁ ୨ଜଣ, ଢେଙ୍କାନାଳରୁ ୩ଜଣ, ଗଜପତିରୁ ୨୪ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂପୁରରୁ ୫ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡାରୁ ୬ଜଣ, କଳାହାଣ୍ଡିରୁ ୧୩ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, କେଉଁଝରରୁ ୮ଜଣ, ଖୋର୍ଦ୍ଧାରୁ ୯୩ଜଣ, କୋରପୁଟରୁ ୧୭ଜଣ, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୧୪ଜଣ, ନବରଙ୍ଗପୁରୁ ୫ଜଣ, ନୟାଗଡ଼ରୁ ୨୧ଜଣ, ନୂଆପଡ଼ାରୁ ୧୦ଜଣ, ପୁରୀରୁ ୮ଜଣ, ରାୟଗଡାରୁ ୩୨ଜଣ, ସୋନପୁରରୁ ୧୦ଜଣ, ସମ୍ବଲପୁରରୁ ୧୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୭ ଲକ୍ଷ ୬୬ ହଜାର ୩୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୧ ହଜାର ୯୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୨୭୨ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୬୫ ହଜାର ୮୪୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ହଜାର ୯୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରିରାଜ୍ୟରେ ୧୮ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୯୪ କୁ ବୃଦ୍ଧି ପାଇଛି।

Share this: