President visit to Puri: ରାଷ୍ଟ୍ରତିଙ୍କ ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତ

Share this:

ପୁରୀ: President visit to Puri ରାଷ୍ଟ୍ରତି ଶ୍ରୀ ରାମନାଥ କୋବିନ୍ଦ (President Ram Nath Kovind) ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରତି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍‍ରେ ଭୁବନେଶ୍ୱର (Bhubaneswar) ବିମାନ ବନ୍ଦରରେ ପହଞ୍ଚିବେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ରାଷ୍ଟ୍ରତିଙ୍କୁ ସ୍ୱାଗତ କରିବେ। ଏହାପରେ ସେ ହେଲିକାପ୍ଟର ଯୋଗେ ୩ଟା ୨୫ ମିନିଟ୍‍ରେ ପୁରୀରେ ପହଞ୍ଚିବେ। ୫ଟାରେ ଶ୍ରୀ କୋବିନ୍ଦ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୫ଟା ୨ ମିନିଟ୍‍ରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ରାଷ୍ଟ୍ରତିଙ୍କୁ ସ୍ୱାଗତ କରିବେ।

ସୂଚନା ଅନୁସାରେ ବେହେରଣ ଦ୍ୱାରଠାରେ ଛତିଶାନିଯୋଗ ପକ୍ଷରୁ ରାଷ୍ଟ୍ରତିଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ରାଷ୍ଟ୍ରତି ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ରାଷ୍ଟ୍ରତି ପୁରୀରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୫ ମିନିଟ୍‍ରେ ରାଷ୍ଟ୍ରତି ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠକୁ ଯାଇ ସେଠାରେ ଶ୍ରୀମଦ୍‍ ଭକ୍ତି ସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିବେ। ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‍ ଭକ୍ତି ସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ ତମ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀର ଶରଧାବାଲି ଠାରେ ଆୟୋଜିତ ତୃତୀୟ ବାର୍ଷିକ ଅଧିବେଶନରେ ରାଷ୍ଟ୍ରତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ। ରାଷ୍ଟ୍ରତିଙ୍କ ଉପସ୍ଥିତିରେ ରାଜ୍ୟପାଳ ଏକ ସ୍ମରଣିକା ଉନ୍ମୋଚନ କରିବେ। ଏଥିସହିତ ଶ୍ରୀଲ ପ୍ରଭୁପାଦଙ୍କର ଏକ ଆତ୍ମଜୀବନୀ ପୁସ୍ତକକୁ ରାଜ୍ୟପାଳ ଉନ୍ମୋଚନ କରିବା ସହିତ ଏହାର ପ୍ରଥମ ଖଣ୍ଡ ରାଷ୍ଟ୍ରତିଙ୍କୁ ପ୍ରଦାନ କରିବେ। ସେହିଦିନ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ରାଷ୍ଟ୍ରତି ପୁରୀରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।

Read Also : Odisha Panchayat Election: ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଶେଷ, ୭୧ ପ୍ରତିଶତ ମତଦାନ

Share this: