Odisha Covid: ଆଜି ଓଡ଼ିଶାରୁ ଆଉ ୨୦୭୦ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୨ହଜାର ୭୦ଜଣ କରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୭୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୪୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୭ଜଣ, ବାଲେଶ୍ଵରରୁ ୧୭୬ଜଣ, ବରଗଡ଼ରୁ ୧୫ଜଣ, ଭଦ୍ରକରୁ ୬୬ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦ୍ଧରୁ ୧୧ ଜଣ, କଟକରୁ ୩୧୯ଜଣ, ଦେଓଗଡ଼ରୁ ୩ଜଣ, ଢେଙ୍କାନାଳରୁ ୪୪ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୨ଜଣ, ଜଗତସିଂପୁରରୁ ୯୭ଜଣ, ଯାଜପୁରରୁ ୧୩୬ଜଣ, ଝାରସୁଗୁଡାରୁ ୮ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୧୮ଜଣ, କେନ୍ଦ୍ରାପଡ଼ାରୁ ୭୭ଜଣ, କେଉଁଝରରୁ ୫୬ଜଣ,  କୋରାପୁଟରୁ ୨୩ଜଣ, ମାଲକାନଗିରିରୁ ୨୦ଜଣ, ମୟୁରଭଞ୍ଜରୁ ୮୧ଜଣ, ନବରଙ୍ଗପୁରରୁ ୧୧ଜଣ, ନୟାଗଡ଼ରୁ ୫୯ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୧୧୦ଜଣ, ରାୟଗଡାରୁ ୧୮ଜଣ, ସମ୍ବଲପୁରରୁ ୧୬ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡରୁ ୬୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୯ ଲକ୍ଷ ୧୫ହଜାର ୫୦୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୪୯ ହଜାର ୯୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୫୬୩ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୨୩ ହଜାର ୨୦୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ହଜାର ୭୪୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Odisha Lockdown: ରାଜ୍ୟରେ ବଢିଲା ୧ଅଗଷ୍ଟ ପର୍ଯ୍ୟନ୍ତ ଆଂଶିକ ଲକଡାଉନ

Share this: