Dhenkanal Corona Report: ଆଜି ଢେଙ୍କାନାଳ ଜିଲ୍ଲାରୁ ୩୫ଜଣ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଉ ନୂଆ ୩୫ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୩୦ ଏବଂ ହସ୍ପିଟାଲରୁ ୫ଜଣ ଚିହ୍ନଟ ଅଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ୧୬ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ନିମବାହାଳିରୁ ୩ଜଣ, ଖଣ୍ଡିତିରିରୁ ୨ଜଣ ଲେଖାଏଁ ଥିବାବେଳେ କୁମୁରିସିଂହା, ସାନହିନ୍ଦୋଳ, ସଂଜପଡା, କାରନ୍ଦା, ବାହାଲୁଣ୍ଡା, ବାରସିଙ୍ଗା, ଖଜୁରିଆକଟା, କଳିଙ୍ଗା, ଧୋବଣୀନଦର, ରାସୋଳ ଏବଂ ନୂଆକୋଟରୁ ଜଣେ ଲେଖାଏଁ ଅଛନ୍ତି।

mahimalive

ଓଡାପଡା ବ୍ଲକ (Oapada Block) ରୁ ୩ଜଣ ଚିହ୍ନଟଙ୍କ ମଧ୍ୟରୁ ବୃନ୍ଦାବନପୁର, ନିମିଧା ଏବଂ ଘଟିବିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକରରୁ ୩ଜଣଙ୍କ ମଧ୍ୟରୁ ଦଶମାଣପାଟଣା, ଷଡଙ୍ଗୀ ଏବଂ ଆମ୍ବବାହାଳିରୁ ଜଣେ ଲେଖାଏଁ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କାଇମାଟି, ଚାଉଳିଆ ଏବଂ ନଗିଆପଶିରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୨ଜଣଙ୍କ ମଧ୍ୟରୁ ଅଘିରାଗୋଡା  ଏବଂ ବୈଶିଙ୍ଗାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୫୧୦ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୬୧ ହଜାର ୬୪୬ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୩୩୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୭୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୫୬୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୬୬୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Odisha Covid:ପୁଣି ବଢୁଛି କରୋନା, ଆଜି ଓଡ଼ିଶାରୁ ୨୧୧୦ ପଜିଟିଭ ଚିହ୍ନଟ

Share this: