Dhenkanal: ଆଜି ଢେଙ୍କାନାଳ ଜିଲ୍ଲାରୁ ୬୧ଜଣ corona ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଉ ନୂଆ ୬୧ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୪୭ ଏବଂ ହସ୍ପିଟାଲରୁ ୧୪ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ଓଡାପଡା ବ୍ଲକ (Oapada Block) ରୁ ୧୮ଜଣ ଚିହ୍ନଟଙ୍କ ମଧ୍ୟରୁ ଘଟିବିରିରୁ ୪ଜଣ ଥିବାବେଳେ ବୃନ୍ଦାବନପୁର, ଇନ୍ଦିପୁର, ଖୁଣ୍ଟିଝରି ଏବଂ ଓସ୍ତପାଳରୁ ୨ଜଣ ଲେଖାଏଁ ଅଛନ୍ତି। କାଶିଆଡିହି, ଇନ୍ଦିପୁର, ହରିପୁର, ଛତିଆ ଏବଂ ଗୁଣଦେଇରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କୋରିଆଁରୁ ୩ଜଣ ଥିବାବେଳେ କାଲଟାକ୍ସ ଏବଂ ଧୋବସାହିରୁ ୨ଜଣ ଲେଖାଏଁ ଅଛନ୍ତି। କାଠଗଡା, ଟାଉନ ପ୍ଲାନିଂ, ମହିଷାପାଟ, ଶ୍ୟାମାଚରଣପୁର ଏବଂ ଦେଉଳସାହିରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୯ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ନିମବାହାଳି ଏବଂ କନ୍ତୁକୁଳରୁ ୨ଜଣ ଲେଖାଏଁ ଥିବାବେଳେ ସାନହିନ୍ଦୋଳ, ଟୁଟୁ ପଡା, କଂସରା, ରାସୋଳ ଏବଂ ଅଁଳାବେଡ଼ାରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି।

ସଦର ବ୍ଲକ (Sadar Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ସୋଗରପଶିରୁ ୩ଜଣ ଥିବାବେଳେ ରଞ୍ଜା, ବଣସିଂ, ଚାଉଳିଆ, ବଲ୍ୟାମ୍ବା  ଏବଂ ଭାପୁରରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୩ଜଣଙ୍କ ମଧ୍ୟରୁ ଜିରିଡାମାଳୀ, ଜଗନ୍ନାଥପୁର ଏବଂ ମାଚିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ଜଣେ, ଗଁଦିଆ ବ୍ଲକର ଅର୍ଣ୍ଣପୁର ଏବଂ ଗଁଦିଆରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ NACରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୬ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୪୯୫ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୬୦ ହଜାର ୧୩୬ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୨୯୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୬୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୪୯୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୦୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ  ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦୧ରେ ପହଞ୍ଚିଛି।

[amazon_auto_links id=”10233″]

Also Read | Odisha Covid:ଆଜି ଓଡ଼ିଶାରୁ ୨୦୭୪ଜଣ କରୋନା ପଜିଟିଭ ଚିହ୍ନଟ

Share this: