ଦେଶକୁ ମିଳିବ free କରୋନା ଟୀକା, ମାଗଣା ରାସନ ନଭେମ୍ବର ପର୍ଯ୍ୟନ୍ତ: ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: ବର୍ତ୍ତମାନ ମାଗଣା କରୋନା ଟୀକା (Free Covid-19 Vaccine) ସହିତ ରାସନ (Ration) ନଭେମ୍ବର ପର୍ଯ୍ୟନ୍ତ  ମାଗଣା ମିଳିବ। ଏମିତି ଏକ ବଡ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi)। ଏହି ନିଷ୍ପତି ନିଆଗଲା ଯେ ରାଜ୍ୟଗୁଡ଼ିକ ପାଖରେ ଟିକାକରଣ ସହିତ ଜଡ଼ିତ ଯେଉଁ ୨୫ ପ୍ରତିଶତ କାର୍ଯ୍ୟ ଥିଲା, ତାହାର ଦାୟିତ୍ୱ ମଧ୍ୟ ଭାରତ ସରକାର ଉଠାଇବେ। ଏହି ବ୍ୟବସ୍ଥା ଆଗାମୀ ଦୁଇ ସପ୍ତାହରେ ଲାଗୁ କରାଯିବ। ଏହି ଦୁଇ ସପ୍ତାହରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନେ ମିଳିମିଶି ନୂତନ ମାର୍ଗଦର୍ଶୀକା ଅନୁସାରେ ଆବଶ୍ୟକ ପ୍ରସ୍ତୁତି କରିନେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ୨୧ ଜୁନ ହିଁ ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ୨୧ ଜୁନ, ସୋମବାର ଠାରୁ ଦେଶର ପ୍ରତ୍ୟେକ ରାଜ୍ୟରେ, ୧୮ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକମାନଙ୍କ ପାଇଁ, ଭାରତ ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ଟିକା ଯୋଗାଇ ଦେବେ। ଟିକା ନିର୍ମାତାମାନେ ମୋଟ ଟିକା ଉତ୍ପାଦନର ୭୫ ପ୍ରତିଶତ ଭାରତ ସରକାର ନିଜେ କ୍ରୟ କରି ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇ ଦେବେ। ଅର୍ଥାତ ଦେଶର କୌଣସି ରାଜ୍ୟ ସରକାରଙ୍କୁ ମଧ୍ୟ ଟିକା ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏବେ ସୁଦ୍ଧା ଦେଶର କୋଟି-କୋଟି ଲୋକଙ୍କୁ ମାଗଣା ଟିକା ମିଳିଛି।

ଏବେ ୧୮ ବର୍ଷ ଆୟୁର ଲୋକ ମଧ୍ୟ ଏହା ସହିତ ସାମିଲ ହୋଇଯିବେ। ସମସ୍ତ ଦେଶବାସୀଙ୍କ ପାଇଁ ଭାରତ ସରକାର ହିଁ ମାଗଣାରେ ଟିକା ଉପଲବ୍ଧ କରାଇବେ। ଗରିବ ହୁଅନ୍ତୁ, ନିମ୍ନ ମଧ୍ୟମ ବର୍ଗ ହୁଅନ୍ତୁ, ମଧ୍ୟମ ବର୍ଗ ହୁଅନ୍ତୁ ଅବା ପୁଣି ଉଚ୍ଚ ବର୍ଗ, ଭାରତ ସରକାରଙ୍କ ଅଭିଯାନରେ ମାଗଣାରେ ହିଁ ଟିକା ଦିଆଯିବ। ହଁ, ଯେଉଁ ବ୍ୟକ୍ତି ମାଗଣାରେ ଟିକା ନ ନେବାକୁ ଚାହିଁବେ, ଘରୋଇ ହସ୍ପିଟାଲରେ ଟୀକା ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଦେଶରେ ପ୍ରସ୍ତୁତ ହେଉଥିବା ଟିକାର ୨୫ ପ୍ରତିଶତ ଘରୋଇ କ୍ଷେତ୍ରର ହସ୍ପିଟାଲ ସିଧାସଳଖ ନେଇ ପାରିବେ, ଏହି ବ୍ୟବସ୍ଥା ଜାରି ରହିବ। ଘରୋଇ ହସ୍ପିଟାଲ, ଟିକାର ନିର୍ଦ୍ଧାରିତ ମୂଲ୍ୟ ପରେ ଗୋଟିଏ ଡୋଜ୍‍ ଉପରେ ସର୍ବାଧିକ ୧୫୦ ଟଙ୍କାର ସର୍ଭିସ ଚାର୍ଜ ଦେଇ ନେଇ ପାରିବେ। ଏହାର ଅନୁଧ୍ୟାନ କରିବାର କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଖରେ ହିଁ ରହିବ।

ଟିକାକରଣ ବ୍ୟତୀତ  ଆଉ ଏକ ବଡ଼ ନିଷ୍ପତି ନେଇଛନ୍ତି  ପ୍ରଧାନମନ୍ତ୍ରୀ। ଗତ ବର୍ଷ ଯେତେବେଳେ କରୋନା କାରଣରୁ ଲକଡାଉନ୍‍ କରିବାକୁ ପଡିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ, ୮ ମାସ ପର୍ଯ୍ୟନ୍ତ ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ରାସନର ବ୍ୟବସ୍ଥା ଆମ ଦେଶ କରିଥିଲା। ଚଳିତ ବର୍ଷ ମଧ୍ୟ ଦ୍ୱିତୀୟ ଲହର କାରଣରୁ ମଇ ଏବଂ ଜୁନ ମାସ ପାଇଁ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଥିଲା । ଆଜି ସରକାର ଏହି ନିଷ୍ପତି ନେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏବେ ଦୀପାବଳୀ ପର୍ଯ୍ୟନ୍ତ ଆଗକୁ ବୃଦ୍ଧି କରାଯିବ। ମହାମାରୀର ଏହି ସମୟରେ ସରକାର ଗରିବଙ୍କ ପ୍ରତ୍ୟେକ ଆବଶ୍ୟକତା ସହିତ ତାଙ୍କର ବନ୍ଧୁ ହୋଇ ଠିଆ ହୋଇଛନ୍ତି। ଅର୍ଥାତ ନଭେମ୍ବର ମାସ ପର୍ଯ୍ୟନ୍ତ ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ, ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ପରିମାଣରେ ମାଗଣା ଖାଦ୍ୟଶସ୍ୟ ଉପଲବ୍ଧ ହେବ। ସେ କହିଛନ୍ତି ଯେ ଏହି ପ୍ରୟାସର ଉଦ୍ଦେଶ୍ୟ ଏହା ଯେ ମୋର କୌଣସି ଗରିବ ଭାଇ- ଭଉଣୀମାନଙ୍କୁ ମଧ୍ୟ, ସେମାନଙ୍କ ପରିବାରକୁ, ଭୋକ ଉପାସରେ ଶୋଇବାକୁ ନପଡ଼ୁ।

ଗୁଜବ ଠାରୁ ସତର୍କ ରହିବାର ଆବଶ୍ୟକତା ଅଛି। ମୁଁ ମଧ୍ୟ ଆପଣ ସମସ୍ତଙ୍କସମାଜର ପ୍ରବୃଦ୍ଧ ଲୋକମାନଙ୍କୁ, ଯୁବକମାନଙ୍କୁ ଅନୁରୋଧ କରୁଛି, ଯେ ଆପଣମାନେ ମଧ୍ୟ ଟିକାକୁ ନେଇ ସଚେତନତା ବୃଦ୍ଧି କରିବାରେ ସହଯୋଗ କରନ୍ତୁ। ଏବେ କେତେକ ସ୍ଥାନରେ କରୋନା କର୍ଫ୍ୟୁରେ କୋହଳ କରାଯାଉଛି। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆମମାନଙ୍କ ମଧ୍ୟରୁ କରୋନା ଚାଲି ଯାଇଛି। ଆମକୁ ମଧ୍ୟ ସାବଧାନ ରହିବାର ଅଛି, ଏବଂ କରୋନା ଠାରୁ ରକ୍ଷା ପାଇବା ପାଇଁ ମଧ୍ୟ କଡାକଡି ଭାବେ ନିୟମ ପାଳନ କରିବାର ଅଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆମେ ସମସ୍ତେ କରୋନାର ଏହି ଲଢ଼େଇରେ ଜିତିବା, ଭାରତ କରୋନା ଠାରୁ ଜିତିବ।

Also Read | Covid-19: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ପାର, ଆଜି ୪୧ଜଣ ମୃତ୍ୟୁ

Share this:

Leave a Reply

Your email address will not be published. Required fields are marked *