Covid19:ଓଡ଼ିଶାରୁ ଆଜି ୫ ହଜାର ୮୯୬ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୫ ହଜାର ୮୯୬ ଜଣ କରୋନା ସଂକ୍ରମିତ (Corona Virus)  ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମିତ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୩୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୫୬୪ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୮୫୩ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୩୮୫ ଜଣ, ବାଲେଶ୍ଵରରୁ ୩୭୩ଜଣ, ବରଗଡ଼ରୁ ୯୯ଜଣ, ଭଦ୍ରକରୁ ୩୭୦ଜଣ, ବଲାଙ୍ଗୀରିରୁ ୭୭ଜଣ, ବୌଦ୍ଧରୁ ୭୩ଜଣ, କଟକରୁ ୩୪୯ଜଣ, ଦେଓଗଡ଼ରୁ ୨୨ଜଣ, ଢେଙ୍କାନାଳରୁ ୩୦୬ଜଣ, ଗଜପତିରୁ ୪୪ଜଣ, ଗଞ୍ଜାମରୁ ୩୫ଜଣ, ଜଗତସିଂପୁରରୁ ୨୩୨ଜଣ, ଯାଜପୁରରୁ ୪୧୩ଜଣ, ଝାରସୁଗୁଡାରୁ ୫୪ଜଣ, କଳାହାଣ୍ଡିରୁ ୫୩ଜଣ, କନ୍ଧମାଳରୁ ୬୫ଜଣ, କେଉଁଝରରୁ ୧୩୦ଜଣ, କୋରାପୁଟରୁ ୧୨୯ଜଣ, କେନ୍ଦ୍ରାପଡ଼ାରୁ ୨୩୫ଜଣ, ମୟୁରଭଞ୍ଜରୁ ୨୬୧ଜଣ, ମାଲକାନଗିରିରୁ ୧୧୬ଜଣ, ନବରଙ୍ଗପୁରରୁ ୧୭୪ଜଣ, ନୟାଗଡ଼ରୁ ୧୭୭ଜଣ, ନୂଆପଡ଼ାରୁ ୩୭ଜଣ, ପୁରୀରୁ ୨୪୧ଜଣ, ରାୟଗଡାରୁ ୧୬୬ଜଣ, ସମ୍ବଲପୁରରୁ ୯୨ଜଣ, ସୋନପୁରରୁ ୭୭ଜଣ, ସୁନ୍ଦରଗଡରୁ ୧୧୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୪୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୨୩ ଲକ୍ଷ ୧୯ ହଜାର ୧୯୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୨୫ ହଜାର ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୪୨୯ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୪୭ ହଜାର ୮୦୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪ ହଜାର ୧୭୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | ଜୁନ୍ ୨୧ ରୁ ମାଗଣା ଟୀକା,ଦେଶର କୌଣସି ରାଜ୍ୟ ସରକାର ଟିକା ପାଇଁ ଟଙ୍କାଟେ ଖର୍ଚ୍ଚ କରିବେନି: ପ୍ରଧାନମନ୍ତ୍ରୀ ମୋଦୀ

Share this: