Odisha Lockdown: ରାଜ୍ୟରେ ବଢିଲା ୧ଅଗଷ୍ଟ ପର୍ଯ୍ୟନ୍ତ ଆଂଶିକ ଲକଡାଉନ

Share this:

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଓଡ଼ିଶା (Odisha) ରେ ଆଂଶିକ ଲକ୍‌ଡାଉନ (Partial Lockdown) ଜାରି ରହିବ। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ କରୋନା (Corona) ର ସ୍ଥିତି ପୂର୍ବାପେକ୍ଷା ସୁଧୁରିଛି କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ନାହିଁ। ତେଣୁ ସରକାର ଆଂଶିକ ଲକଡାଉନକୁ ଆହୁରି ୨ ସପ୍ତାହ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ପ୍ରତି ଶହେ ଜଣଙ୍କର ନମୁନାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି।

ସଚିବ ଶ୍ରୀ ମହାପାତ୍ରଙ୍କ ସୂଚନାଅନୁସାରେ କୋଭିଡ-୧୯ର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ୨ ଭାଗରେ ବିଭାଗ କରାଯାଇଛି। କାଟାଗୋରୀ-ଏ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ଗଂଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଥିବାବେଳେ କାଟାଗୋରୀ-ବି କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଅଛି। ଖୋର୍ଦ୍ଧା, ପୁରୀ, କଟକ ଆଦି ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନାହିଁ।

amazon

ରାଜ୍ୟ ସରକାରଙ୍କ ଅନୁଯାୟୀ କାଟାଗୋରୀ-ଏ ଜିଲ୍ଲାରେ ଦୋକାନବଜାର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିଯାଇପାରିବ। ସେହିପରି  କାଟାଗୋରୀ-ବି ଜିଲ୍ଲାଗୁଡିକରେ ଦେକାନବଜାର ଗୁଡ଼ିକ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହିତ କାଟାଗୋରୀ-ଏ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କାଟାଗୋରୀ-ବି ଜିଲ୍ଲାଗୁଡ଼ିକରେ ଏହା ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବ। କିନ୍ତୁ ପୂର୍ବପରି କାଟାଗୋରୀ-ବି ଜିଲ୍ଲା ଗୁଡ଼ିକରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ଆସନ୍ତା କାଲି ଜୁଲାଇ ୧୬ ତାରିଖ ଠାରୁ ରାଜ୍ୟଭିତରେ ବସ ଚଳାଚଳ କରିପାରିବ। ବସ୍ ଗୁଡ଼ିକରେ କେବଳ ସିଟରେ ଯାତ୍ରୀ ଯାଇପାରିବେ। କିନ୍ତୁ ରଥଯାତ୍ରା ଯୋଗୁଁ ଜୁଲାଇ ୨୫ ତାରିଖ ଯାଏଁ ପୁରୀ ସହରକୁ କୌଣସି ବସ ଯାଇ ପାରିବ ନାହିଁ। ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇଯାଇପାରିବେ ନାହିଁ। ସେହିପରି ଟ୍ୟାକ୍ସି ଓ ଅଟୋ ଚାଲିବ। ଏଥିରେ ଡ୍ରାଇଭର ସହିତ  କେବଳ ୩ ଜଣ ଯାଇପାରିବେ।

କଣ ଖୋଲା ରହିବ

  • ସେଲୁନ, ସ୍ପା ଓ ବିଉଟି ପାର୍ଲର
  • ବିନା ଦର୍ଶକରେ ଆଉଟଡୋର ଖେଳ
  • ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂ
  • ଶିଳ୍ପ

କଣ ବନ୍ଦ ରହିବ

  • ସ୍କୁଲ, କଲେଜ, କୋଚିଂ ସେଣ୍ଟର
  • ରେଷ୍ଟୁରାଣ୍ଟ ପାର୍ସଲ ଦେବ କିନ୍ତୁ ବସି ଖାଇପାରିବେ ନାହିଁ
  • ସପିଂ ମଲ୍‌, ସିନେମା ହଲ୍ ଓ ପାର୍କ
  • ଯାତ୍ରା ଓ ମୁକ୍ତାକାଶ ରଂଗମଂଚ
  • ବିବାହ, ଶୁଦ୍ଧିକ୍ରିୟାରେ ପୂର୍ବଭଳି କଟକଣା ରହିବ

Also Read : Coronavirus Death Report: ଓଡ଼ିଶାରୁ ଆଉ ୬୬ ଜଣଙ୍କ କରୋନାରେ ମୃତ୍ୟୁ

Share this:

Leave a Reply

Your email address will not be published. Required fields are marked *