Odisha Covid19: ଆଜି ରାଜ୍ୟରେ ୧୫୨୭ ଜଣ କରୋନାରୁ ହେଲେ ମୁକ୍ତ

Share this:

ଭୁବନେଶ୍ଵର (mahimalive): ରାଜ୍ୟରେ ଆଜି ୧ ହଜାର ୫୨୭ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୯୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୧୫ ଜଣ, କଟକରୁ ୧୦୭ ଜଣ, ଅନୁଗୋଳରୁ ୭୦ ଜଣ, ବରଗଡ଼ରୁ ୫୬ ଜଣ, ଯାଜପୁରରୁ ୬୦ ଜଣ, ମୟୁରଭଞ୍ଜରୁ ୪୫ ଜଣ, ଭଦ୍ରକରୁ ୪୧ ଜଣ, ବାଲେଶ୍ଵରରୁ ୧୨୭ ଜଣ, ଢେଙ୍କାନାଳରୁ ୪୪ ଜଣ, ପୁରୀରୁ ୪୬ ଜଣ, ଜଗତସିଂପୁରରୁ ୮୯ ଜଣ, ରାୟଗଡାରୁ ୧୫ ଜଣ, ଗଞ୍ଜାମରୁ ୨୦ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୪୧ ଜଣ, ନୟାଗଡରୁ ୨୬ ଜଣ, ସୋନପୁରରୁ ୨୮  ଜଣ, ବଲାଙ୍ଗୀରରୁ ୪୨ ଜଣ, ସୁନ୍ଦରଗଡରୁ ୧୨୭ ଜଣ, ଝାରସୁଗୁଡାରୁ ୨୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦ ଜଣ, କେନ୍ଦ୍ରାପଡା ୪୧ ଜଣ, କୋରାପୁଟରୁ ୩୪ ଜଣ, କେଉଁଝରରୁ ୪୪ ଜଣ, କନ୍ଧମାଳରୁ ୨୩ ଜଣ, ନୂଆପଡ଼ାରୁ ୧୦୪ ଜଣ, କଳାହାଣ୍ଡିରୁ ୩୬ ଜଣ, ବୌଦ୍ଧରୁ ୧୬ ଜଣ, ମାଲକାନଗିରି ଜିଲ୍ଲାରୁ ୩୨ ଜଣ, ଦେଓଗଡରୁ ୧୩ ଜଣ,ଗଜପତି ଜିଲ୍ଲାରୁ ୬ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୭ ଜଣ ସୁସ୍ଥ ହୋଇଛନ୍ତି।

Also Read| Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ, ୩ରେ ମତଦାନ

Share this: