ଆଜି ରାଜ୍ୟରେ ୧୬୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୬୪୧ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୮ ହଜାର ୫୭୬ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩୬୫ ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୩୫୭ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୧ଜଣ,  ଯାଜପୁର ରୁ ୮୬ ଜଣ,ଗଜପତିରୁ ୬୫ ଜଣ, କଟକ ରୁ ୬୩ ଜଣ, କୋରାପୁଟରୁ ୬୩ ଜଣ, ମୟୁରଭଞ୍ଜ ରୁ ୬୦ ଜଣ, କନ୍ଧମାଳରୁ ୫୦ଜଣ, ରାୟଗଡ଼ାରୁ ୪୨  ଜଣ, ନୟାଗଡ ରୁ ୪୧ଜଣ, ମାଲକାନଗିରି ଜିଲ୍ଲାରୁ ୩୯ ଜଣ, ବଲାଙ୍ଗୀରରୁ ୩୫ ଜଣ, ଢେଙ୍କାନାଳ ରୁ ୩୩ ଜଣ, ଜଗତସିଂପୁର ରୁ ୩୩ ଜଣ, ବାଲେଶ୍ଵରରୁ ୩୧ଜଣ, କେଉଁଝର  ଜିଲ୍ଲାରୁ ୨୯ଜଣ, , ବରଗଡ଼ରୁ ୨୫ ଜଣ, ଭଦ୍ରକରୁ ୨୪ ଜଣ, ଝାରସୁଗୁଡାରୁ ୨୧ ଜଣ,ପୁରୀରୁ ୨୧ ଜଣ, ସମ୍ବଲପୁରରୁ ୨୦ ଜଣ, କଳାହାଣ୍ଡିରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, ନବରଙ୍ଗପୁରରୁ ୧୧ ଜଣ,ଦେଓଗଡ ରୁ ୨ ଜଣ ଏବ ଅନୁଗୋଳ ଓ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୮ ଜଣ କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୮୦କୁ ବୃଦ୍ଧି ହୋଇଛି।

ADV: ରିହାତିରେ ପାଆନ୍ତୁ ୨୨୦ ରୁ ଆରମ୍ଭ

Share this: