Covid-19:ଆଜି ଢେଙ୍କାନାଳ ଜିଲ୍ଲାରୁ ୧୫୦ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ୧୫୦ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୧୩୩ଏବଂ ହସ୍ପିଟାଲରୁ ୧୭ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଓଡ଼ାପଡା ବ୍ଲକ (Odapada Block) ରୁ ୪୩ଜଣଙ୍କ ମଧ୍ୟରୁ ଚିନ୍ତାପୋଖରୀରୁ ୧୩ଜଣ, ବିଡୋରୁ ୭ଜଣ, ବାଛୁରିବାଙ୍କରୁ ୫ଜଣ, ମେରାମଣ୍ଡଳୀରୁ ୪ଜଣ, ମଲିବିଡୋରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ରାଣୀବଣିଆ, ହଳଦିଆବାହଳ, କାଳୁସାହିକାଟେଣି, ହିନ୍ଦୋଳରୋଡ଼, ସଦାଶିବପୁର, ମୋଟୁଙ୍ଗା, ଇନ୍ଦିପୁର, ନାଧରା, ସୁରଭି, ରାଣୀବଣିଆ, ବୀଣାକରକାଟେଣି ଏବଂ ହରିପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।  

ଭୁବନ ବ୍ଲକରୁ ୩୦ଜଣଙ୍କ ମଧ୍ୟରୁ ବାଲିବୋରୁ ୧୬ଜଣ, କୁନ୍ଦାରୁ ୬ଜଣ, ମୁରୁଡଙ୍ଗ ଏବଂ ଅନନ୍ତପୁରରୁ ୨ଜଣ ଲେଖାଏଁ, ମାଲୁଗୋଡା, ନିମେଇପୁର, ଜିରାଳ ଏବଂ ଚାନ୍ଦିପାଳରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକ (Gondia Block) ରୁ ୨୮ଜଣଙ୍କ ମଧ୍ୟରୁ ଦଲାରରୁ ୧୮ଜଣ, ସେହିପରି ସଦର ବ୍ଲକରୁ ୧୭ଜଣ ଅଛନ୍ତି। ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୩ଜଣ ଅଛନ୍ତି।    

ହିନ୍ଦୋଳ ବ୍ଲକ (Hindol Block) ରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ମାଧପୁରରୁ ୨ଜଣ, ପାଣୁବେରେଣୀ, ବଲସର, ନୂଆକୋଟ, ପଧାନି, ନୂଆପଡ଼ା ଏବଂ ପଡାରୁ ଜଣେ ଲେଖାଏଁ ଅଛନ୍ତି।      

ସେହିପରି କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୬ଜଣ, କାମାକ୍ଷାନଗର NAC ରୁ ଜଣେ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୯୧୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୧୧ ହଜାର ୮୧୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୫  ହଜାର ୮୬୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୮୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୩ ହଜାର ୩୯୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୨ ହଜାର ୪୨୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାରୁ ଆଜି ୩ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୪୯ରେ ପହଞ୍ଚିଛି।

[amazon_auto_links id=”10233″]

Also Read | Covid-19 Help: ପଶ୍ଚିମ ଓଡିଶାର ୧୧ଜିଲ୍ଲାକୁ ୨୫ କୋଟି ଟଙ୍କା କୋଭିଡ ସହାୟତା

Share this: