Watch: ବର ଶୋଭାଯାତ୍ରାରେ ଆସିଥିଲା ହାତୀ, ଆଉ ତାପରେ…

Share this:

ପ୍ରୟାଗରାଜ: ଯେତେବେଳେ ଏକ ହାତୀ ରାଗିଯାଏ, ଏହା ବିପଦ ସୃଷ୍ଟି କରେ। ହାତୀର ଉତ୍ପାତ ଯୋଗୁଁ ଲୋକଙ୍କୁ ଜୀବନ ବଞ୍ଚାଇବାକୁ ପଳାଇବାକୁ ପଡେ। ଏମିତି କିଛି ମଧ୍ୟ ପ୍ରୟାଗରାଜ, ୟୁପିରେ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ଏକ ଗାଁରେ ଏକ ବର ଶୋଭାଯାତ୍ରା (wedding procession) ହୋଇଥିଲା। ଫାଟକ ସମ୍ମୁଖରେ ହାତୀଟିକୁ ପୂଜା କରାଯାଉଥିଲାବେଳେ ହଠାତ୍ ହାତୀଟି ରାଗି ଯାଇଥିଲା। କ୍ରୋଧିତ ହାତୀକୁ ଦେଖି ବିବାହ ସମାରୋହରେ ହଇଚଇ ହୋଇଥିଲା। ହାତୀଟି ବହୁ ଧ୍ୱଂସ ଘଟାଇଥିଲା। ଅନିୟନ୍ତ୍ରିତ ହାତୀ ସମାରୋହରେ ବିଭାହକୁ ଭାଙ୍ଗି ଦେଇଥିଲା। ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନିୟନ୍ତ୍ରିତ ହାତୀର କ୍ରୋଧ ଦେଖି ବର ନିଜ ଜୀବନ ରକ୍ଷା କରିଛନ୍ତି।

ଏହି ମାମଲା ସରାଇନାୟତ ପୋଲିସ ଷ୍ଟେସନ ଅଞ୍ଚଳର ଆଲମାପୁର ଗାଁର ଅଟେ। ଏଠାରେ ଶୁକ୍ରବାର ରାତିରେ ତରଭାଇ ପୋଲିସ ଷ୍ଟେସନ ଅଞ୍ଚଳର ନାରାୟଣପୁର ଗାଁରୁ ଏକ ବର ଶୋଭାଯାତ୍ରା ଆସିଥିଲା। ଡିଜେ ଆଉ  ବ୍ୟାଣ୍ଡରେ ନାଚି ନାଚି ବରଯାତ୍ରୀମାନେ କନ୍ୟା ଘରର ଦ୍ୱାରରେ ପହଞ୍ଚିଥିଲେ। ବର ପୂର୍ବରୁ ଏଠାରେ ହାତୀକୁ ପୂଜା କରିବା ପ୍ରଥା ଅଟେ। ପ୍ରଥମେ ପୂଜନୀୟ ଗଣେଶଙ୍କ ପ୍ରତୀକ ହାତୀକୁ ପୂଜା କରୁଥିବାବେଳେ ହାତୀ କ୍ରୋଧିତ ହୋଇଥିଲା। କ୍ରୋଧିତ ହାତୀ ସମାରୋହକୁ ଘୋର ଆକ୍ରମଣ କରିଥିଲା। ସଜାଯାଇଥିବା ମଣ୍ଡପକୁ ଉପାଡି ଦଯାଇଥିଲା। ସେଠାରେ ପାର୍କିଂ ହୋଇଥିବା ତିନି-ଚାରି କାର ମଧ୍ୟ ନଷ୍ଟ ଦେଇଯାଇଥିଲା। ଦୀର୍ଘ ସମୟ ପରେ ମାହୁନ୍ତ  ହାତୀକୁ ନିଜ ଆୟତ୍ତକୁ ଆଣିଥିଲେ।

Also Read | Covid-19: ଓଡ଼ିଶାରୁ ଆଜି ୪୮୫୨ ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *