Covid-19: ଓଡ଼ିଶାରୁ ଆଜି ୪୮୫୨ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରୁ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୪ ହଜାର ୮୫୨ଜଣ କରୋନା ସଂକ୍ରମିତ (Corona Virus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୭୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୦୮୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୬୪୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୭୫ଜଣ, ବାଲେଶ୍ଵରରୁ ୩୬୪ଜଣ, ବରଗଡ଼ରୁ ୬୧ଜଣ, ଭଦ୍ରକରୁ ୨୨୨ଜଣ, ବଲାଙ୍ଗୀରିରୁ ୩୧ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୦୫ଜଣ, ଦେଓଗଡ଼ରୁ ୨୦ଜଣ, ଢେଙ୍କାନାଳରୁ ୧୫୦ଜଣ, ଗଜପତିରୁ ୪୮ଜଣ, ଗଞ୍ଜାମରୁ ୪୦ଜଣ, ଜଗତସିଂପୁରରୁ ୧୮୦ଜଣ, ଯାଜପୁରରୁ ୩୮୨ଜଣ, ଝାରସୁଗୁଡାରୁ ୧୬ଜଣ, କଳାହାଣ୍ଡିରୁ ୬୦ଜଣ, କନ୍ଧମାଳରୁ ୮୩ଜଣ, କେଉଁଝରରୁ ୯୬ଜଣ, କୋରାପୁଟରୁ ୮୮ଜଣ, କେନ୍ଦ୍ରାପଡ଼ାରୁ ୨୮୭ଜଣ, ମୟୁରଭଞ୍ଜରୁ ୨୧୦ଜଣ, ମାଲକାନଗିରିରୁ ୮୯ଜଣ, ନବରଙ୍ଗପୁରରୁ ୧୦୮ଜଣ, ନୟାଗଡ଼ରୁ ୧୩୬ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୨୩୭ଜଣ, ରାୟଗଡାରୁ ୧୦୫ଜଣ, ସମ୍ବଲପୁରରୁ ୪୧ଜଣ, ସୋନପୁରରୁ ୩୫ଜଣ, ସୁନ୍ଦରଗଡରୁ ୧୫୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୯୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୫ଲକ୍ଷ ୯୦ ହଜାର ୩୬୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୪୭ ହଜାର ୩୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୫୧୬ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୮୧ ହଜାର ୪୮୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ହଜାର ୫୧୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Result:ଦଶମ ବୋର୍ଡ ପରୀକ୍ଷାଫଳ ପ୍ରକାଶିତ,ସମସ୍ତ ଛାତ୍ରଛାତ୍ରୀ ପାସ

[amazon_auto_links id=”9932″]

Share this: