Coronavirus in Odisha: ଓଡ଼ିଶାରୁ କରୋନାରେ ଆଉ ୬୪ଜଣଙ୍କ ମୃତ୍ୟୁ

Share this:

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଆଉ ୬୪ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ (Coronavirus)। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ ହଜାର ୫୬୫ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୨୦ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ସୁନ୍ଦରଗଡ଼ରୁ ୮ଜଣ ଓ ବାଲେଶ୍ୱରରୁ ୬ଜଣ ମୃତ୍ୟୁବରଣ କରିଛନ୍ତି। କନ୍ଧମାଳ ଜିଲ୍ଲାରୁ ୪ଜଣ ମୃତ୍ୟୁବରଣ କରିଛନ୍ତି। କଟକ, ଯାଜପୁର, ମୟୁରଭଞ୍ଜ, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଅନୁଗୁଳ, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର, ଢେଙ୍କାନାଳ, ସମ୍ବଲପୁର, ଜଗତସିଂହପୁର ଏବଂ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୬ ଲକ୍ଷ ୮୩ ହଜାର ୭୬୪ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୮୮ ହଜାର ୯୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୪୭୫ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୭୧ ହଜାର ୩୭୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ହଜାର ୯୮୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: