Matric Examination:ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ

Share this:

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୦ ତାରିଖରୁ ମାଟ୍ରିକ ଅଫଲାଇନ ପରୀକ୍ଷା (Matric Offline Examination) ଆରମ୍ଭ ହେବ। ଶିକ୍ଷାବର୍ଷ ୨୦୨୦-୨୧ରେ ଦଶମ ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ଆସନ୍ତା ଜୁଲାଇ ୩୦ ତାରିଖ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ। ବୋର୍ଡ ପ୍ରକାଶିତ ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ।

ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ନିମନ୍ତେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫିସ୍‌ ଛାଡ଼ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ପ୍ରକାଶିତ ଫଳରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ୍‌ ପରୀକ୍ଷାରେ ରଖିଥିବା ନମ୍ୱର ସେମାନଙ୍କର ପରୀକ୍ଷା ଫଳର ମାର୍କ ଫାଇନାଲ୍‌ ହେବ।  

[amazon_auto_links id=”9932″]

Also Read | Odisha Police Recruitment: SI ଏବଂ Constable ରେ ନିଯୁକ୍ତି, apply…

Share this:

Leave a Reply

Your email address will not be published.