Odisha: ଆଜି ଓଡ଼ିଶାରୁ ୩୨୨୨ଜଣ Covid ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶା (Odisha) ରୁ ୩ ହଜାର ୨୨୨ ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୮୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୮୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୬୧୯ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୯୧ଜଣ, ବାଲେଶ୍ଵରରୁ ୨୦୮ଜଣ, ବରଗଡ଼ରୁ ୨୪ଜଣ, ଭଦ୍ରକରୁ ୧୪୧ଜଣ, ବଲାଙ୍ଗୀରିରୁ ୨୨ଜଣ, ବୌଦ୍ଧରୁ ୧୬ଜଣ, ଦେଓଗଡ଼ରୁ ୭ଜଣ, ଢେଙ୍କାନାଳରୁ ୪୧ଜଣ, ଗଜପତିରୁ ୯ଜଣ, ଗଞ୍ଜାମରୁ ୨୪ଜଣ, ଜଗତସିଂପୁରରୁ ୨୧୨ଜଣ, ଯାଜପୁରରୁ ୧୯୦ଜଣ, ଝାରସୁଗୁଡାରୁ ୯ଜଣ, କଳାହାଣ୍ଡିରୁ ୨୫ଜଣ, କନ୍ଧମାଳରୁ ୨୫ଜଣ, କେନ୍ଦ୍ରାପଡ଼ାରୁ ୧୭୯ଜଣ, କେଉଁଝରରୁ ୬୪ଜଣ, ଖୋର୍ଦ୍ଧାରୁ ୪୨୨, କୋରାପୁଟରୁ ୫୩ଜଣ, ମାଲକାନଗିରିରୁ ୬୬ଜଣ, ମୟୁରଭଞ୍ଜରୁ ୧୯୫ଜଣ, ନବରଙ୍ଗପୁରରୁ ୨୩ଜଣ, ନୟାଗଡ଼ରୁ ୧୧୪ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୧୮୮ଜଣ, ରାୟଗଡାରୁ ୬୧ଜଣ, ସମ୍ବଲପୁରରୁ ୩୧ଜଣ, ସୋନପୁରରୁ ୧୨ଜଣ, ସୁନ୍ଦରଗଡରୁ ୬୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୬୯ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୯ ଲକ୍ଷ ୮ ହଜାର ୯୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୧୬ ହଜାର ୧୦୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୪୫୭ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୮୦ ହଜାର ୯୯୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ହଜାର ୯୫୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Doctor’s Day:ଡାକ୍ତରମାନେ ଭଗବାନଙ୍କର ଅନ୍ୟ ଏକ ରୂପ: ପ୍ରଧାନମନ୍ତ୍ରୀ ମୋଦୀ

[amazon_auto_links id=”9932″]

Share this: