Odisha Covid-19: ପୁଣି ରାଜ୍ୟରେ ବଢିଲା କରୋନା, ଆଜି ୧୩୧୫ ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ କିଛିଦିନ ଧରି କରୋନା (Corona) ସଂକ୍ରମଣ କମୁଥିଲା କିନ୍ତୁ ଆଜି ପୁଣି ବଢିଛି। ଗତ ୨୪ ଘଣ୍ଟାରେ ୧ ହଜାର ୩୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୫୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୧୩ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୨ଜଣ, ବାଲେଶ୍ଵରରୁ ୪୩ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୪୯ଜଣ, ବଲାଙ୍ଗୀରିରୁ ୪ଜଣ, ବୌଦରୁ ୪ଜଣ, କଟକରୁ ୧୯୮ଜଣ, ଦେଓଗଡ଼ରୁ ୭ଜଣ, ଢେଙ୍କାନାଳରୁ ୧୮ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୧୧ଜଣ, ଜଗତସିଂପୁରରୁ ୫୩ଜଣ, ଯାଜପୁରରୁ ୮୯ଜଣ, ଝାରସୁଗୁଡାରୁ ୬ଜଣ, କଳାହଣ୍ଡିରୁ ୪ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡ଼ାରୁ ୨୮ଜଣ, କେଉଁଝରରୁ ୧୩ଜଣ, କୋରାପୁଟରୁ ୬ଜଣ, ମାଲକାନଗିରିରୁ ୫ଜଣ, ମୟୁରଭଞ୍ଜରୁ ୬୨ଜଣ, ନବରଙ୍ଗପୁରରୁ ୪ଜଣ, ନୟାଗଡ଼ରୁ ୨୫ଜଣ, ନୂଆପଡ଼ାରୁ ୬ଜଣ, ପୁରୀରୁ ୬୭ଜଣ, ରାୟଗଡାରୁ ୧୨ଜଣ, ସମ୍ବଲପୁରରୁ ୨୩ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡରୁ ୧୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୨ଜଣ ସଂକ୍ରମିତ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୨ ଲକ୍ଷ ୮୯ ହଜାର ୧୩୦ ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୮୨ ହଜାର ୧୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୭୦୩ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୬୨ ହଜାର ୮୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୮୭୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | CBSE 10th ପରୀକ୍ଷାଫଳ ପ୍ରକାଶ, ଭୁବନେଶ୍ୱର ରିଜିଅନରେ ୯୯.୬୨ ପ୍ରତିଶତ ପାସ୍

Share this: