PM Boris Johnson Resigns: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଇସ୍ତଫା

boris-johnson-prime-minister
Share this:
  • ଭାରତୀୟ ମୂଳବାସିନ୍ଦା ହୋଇପାରନ୍ତି ପରବର୍ତ୍ତୀ ପିଏମ

ନୂଆଦିଲ୍ଲୀ: Britain PM Boris Johnson Resigns Today ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଇସ୍ତଫା ଦେଇଛନ୍ତି। ବ୍ରିଟେନରେ ରାଜନୈତିକ  ସଙ୍କଟ ଦେଖାଦେଇଛି। ଅନେକ ମନ୍ତ୍ରୀଙ୍କ ଇସ୍ତଫା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ଗୃହରେ ଦଳର ନେତା କିଏ ହେବେ ଏବଂ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାହା ତାଙ୍କ ଦଳ ଏପର୍ଯ୍ୟନ୍ତ ସ୍ଥିର କରି ନାହିଁ। ବ୍ରିଟିଶ ଗଣମାଧ୍ୟମ ଅନୁଯାୟୀ, ବୋରିସ୍ ଜନସନଙ୍କ ସହଯୋଗୀମାନେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କ୍ରମାଗତ ଭାବରେ ଚାପ ପକାଉଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ବୋରିସ୍ ଜନସନଙ୍କ ୪୦ଜଣ ମନ୍ତ୍ରୀ ସେମାନଙ୍କ ପଦ ଛାଡିବା ବିଷୟରେ ଆଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ବୋରିସ୍ ଜନସନଙ୍କ ସହ କାମ କରିପାରିବେ ନାହିଁ, ସେଥିପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡିବ।

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ଏହି ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାରତୀୟ ମୂଳବାସିନ୍ଦା ଋଷି ସୁନକ (Rishi Sunak) ଙ୍କ ନାମ ମଧ୍ୟ ରହିଛି। ଯଦି ଏହା ହୁଏ  ତେବେ ଋଷି ପ୍ରଥମ ଭାରତୀୟ ମୂଳ ବ୍ୟକ୍ତି ଯିଏକି ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ।

Share this:

Leave a Reply

Your email address will not be published. Required fields are marked *