Covid Angul Updates: ଅନୁଗୁଳ ଜିଲ୍ଲାରୁ ୩୭ ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୧୨ହଜାର ୯୩୪

Share this:

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ଗୁରୁବାର ଦିନ ୩୭ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି।ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୨ହଜାର ୯୩୪ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦ ରେ ପହଂଚିଛି।  

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୮ଜଣ, ଅନୁଗୋଳ ପୌରାଞ୍ଚଳରୁ ୭ଜଣ, ଛେଣ୍ଡିପଦା ବ୍ଳକ ଅଂଚଳରୁ ୬ ଜଣ, ତାଳଚେର ପୌରାଞ୍ଚଳରୁ ୫ଜଣ, କିଶୋରନଗର ବ୍ଳକ୍‌ ଅଂଚଳରୁ ୪ଜଣ, ଅନୁଗୋଳ ବ୍ଲକ୍ ଅଂଚଳରୁ ୩ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୨ଜଣ ଓ ତାଳଚେର ବ୍ଲକ୍ ଅଂଚଳରୁ ୨ଜଣ ଅଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ  ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ସଂଗରୋଧ (Isolution) ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ସେହିପରି କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆମେ ସଚେତନ ଓ ସତର୍କ ରହିବା ସହିତ ସଠିକ୍ ଭାବରେ ମାସ୍କ ପରିଧାନ,ସାମାଜିକ ଦୂରତା ଅବଲମ୍ବନ ଓ ନିୟମିତ ହାତ ଧୋଇବା ବର୍ତ୍ତମାନ ସମୟର ସବୁଠାରୁ ବଡ ଆବଶ୍ୟକତା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୩ଜଣ ହୋମ Isolation ରେ ଥିବାର ଜଣାପଡିଛି।

[amazon_auto_links id=”10233″]

Also Read | Odisha Examination: ଓଡ଼ିଶା ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

Share this: