Corona Odisha : ରାଜ୍ୟରେ ଆଜି ୩୧୦୮ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

ଭୁବନେଶ୍ଵର: ଓଡ଼ିଶାରେ କୋଭିଡ଼-୧୯ (Covid-19) ତୀବ୍ରଗତିରେ ମାଡୁଛି। ଆଜି ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩ ହଜାର ୧୦୮ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୮୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୦୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୫୩୪ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୪୪ଜଣ, ବାଲେଶ୍ଵରରୁ ୧୫୧ଜଣ, ବରଗଡ଼ରୁ ୧୨୬ଜଣ, ଭଦ୍ରକରୁ ୫୩ଜଣ, ବଲାଙ୍ଗୀରିରୁ ୧୩୩ଜଣ, ବୌଦ୍ଧରୁ ୯ଜଣ, କଟକରୁ ୧୬୩ଜଣ, ଦେଓଗଡ଼ରୁ ୧୯ଜଣ, ଢେଙ୍କାନାଳରୁ ୧୬ଜଣ, ଗଜପତିରୁ ୧୮ଜଣ, ଗଞ୍ଜାମରୁ ୫୫ଜଣ, ଜଗତସିଂପୁରରୁ ୨୯ଜଣ, ଯାଜପୁରରୁ ୭୫ଜଣ, ଝାରସୁଗୁଡାରୁ ୮୯ଜଣ, କଳାହାଣ୍ଡିରୁ ୫୫ଜଣ, କନ୍ଧମାଳରୁ ୧୦ଜଣ, କେଉଁଝରରୁ ୧୦୫ଜଣ, କୋରାପୁଟରୁ ୨୩ଜଣ, କେନ୍ଦ୍ରାପଡ଼ାରୁ ୨୨ଜଣ, ମୟୁରଭଞ୍ଜରୁ ୭୧ଜଣ, ମାଲକାନଗିରିରୁ ୩ଜଣ, ନବରଙ୍ଗପୁରରୁ ୧୫୬ଜଣ, ନୟାଗଡ଼ରୁ ୧୫ଜଣ,ନୂଆପଡ଼ାରୁ ୧୪୦ଜଣ, ପୁରୀରୁ ୧୧୪ଜଣ, ରାୟଗଡାରୁ ୩୮ଜଣ, ସମ୍ବଲପୁରରୁ ୧୫୩ଜଣ, ସୋନପୁରରୁ ୪୨ଜଣ, ସୁନ୍ଦରଗଡରୁ ୫୨୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୧୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୫ ଲକ୍ଷ ୨୮ ହଜାର ୧୮୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୬୧ହଜାର ୪୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୩୭ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୪୨     ହଜାର ୫୭୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ ହଜାର ୮୮୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read | CBSE ବୋର୍ଡ ପରୀକ୍ଷାରେ ବଡ ନିଷ୍ପତ୍ତି, ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

Share this: