Covid-19: ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୪୭ ଜଣ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Corona Virus) ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଛି। ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ ୪୭ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ଜଣ ଅଛନ୍ତି। ସେହିପରି କଟକରୁ ୫ଜଣ ଅଛନ୍ତି। ଅନୁଗୁଳ ଏବଂ ବରଗଡ଼ରୁ ୪ଜଣ ଲେଖାଏଁ ଅଛନ୍ତି। ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ ଏବଂ ବୌଦ୍ଧରୁ ୩ଜଣ ଲେଖାଏଁ ଅଛନ୍ତି। ସେହିପରି ପୁରୀ, ଜଗତସିଂପୁର  ଏବଂ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ ଥିବାବେଳେ ବଲାଙ୍ଗୀରି, ଯାଜପୁର, ରାୟଗଡା, ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୫ଲକ୍ଷ ୯୦ ହଜାର ୩୬୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୪୭ ହଜାର ୩୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୫୧୬ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୮୧ ହଜାର ୪୮୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ହଜାର ୫୧୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | LPG:ବର୍ତ୍ତମାନ HP ଗ୍ରାହକମାନେ ମଧ୍ୟ Indane ଗ୍ୟାସ ବୁକ୍ କରିପାରିବେ

[amazon_auto_links id=”9932″]

Share this: