Women’s T20 : ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟାଦର୍ଶିନୀ ମନୋନୀତ

Share this:

ଭୁବନେଶ୍ଵର : ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟିମ୍‍ ଭେଲୋସିଟିରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟାଦର୍ଶିନୀ (Sushree Dibyadarshini) ପ୍ରତିନିଧିତ୍ୱ କରିବେ। ଆସନ୍ତା ମାସ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟସ୍‍ରେ ଖେଳାଯିବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟିମ୍‍ ଭେଲୋସିଟିରେ ପ୍ରତିନିଧିତ୍ୱ ପାଇଁ ଓଡ଼ିଶାର ସୁଶ୍ରୀ ଦିବ୍ୟାଦର୍ଶିନୀ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ଜାଗ୍ରୁତି କ୍ରିକେଟ୍‍ ଏକାଡେମୀରେ ଟ୍ରେନିଂ ନେଉଥିବା ସୁଶ୍ରୀ ଓଡ଼ିଶା ରାଜ୍ୟ ମହିଳା କ୍ରିକେଟ୍‍ ଦଳର ଜଣେ ସ୍ଥାୟୀ ସଦସ୍ୟ। ସେ ପୂର୍ବରୁ ମହିଳା ଚ୍ୟାଲେଞ୍ଜର ସିରିଜ୍‍ ଏବଂ ଟି-୨୦ ଚ୍ୟାଲେଞ୍ଜରେ ମଧ୍ୟ ଖେଳିଛନ୍ତି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‍, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶର ଖେଳାଳିମାନେ ଭାଗ ନେବେ।

Also Read| IPL2020: ବିରେନ୍ଦ୍ର ସେହୱାଗ କହିଲେ, କିଛି ଖେଳାଳି CSKକୁ ସରକାରୀ ଚାକିରୀ ଭାବିଛନ୍ତି

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Share this:

Leave a Reply

Your email address will not be published. Required fields are marked *