Covid-19 Ganjam: ଗଞ୍ଜାମରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ; ବଣଭୋଜି, ସାଉଣ୍ଡ ବନ୍ଦ

Share this:

ଗଞ୍ଜାମ: କରୋନା ମହାମାରୀ (Covid-19) ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଂଜାମ (Ganjam) ଜିଲ୍ଲାରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ସମସ୍ତ ମନ୍ଦିର ବନ୍ଦ ରହିବ।

ଆଗକୁ ନୂଆ ବର୍ଷ ଆସୁଥିବାରୁ ପିକ୍‍ନିକ୍‍ ସ୍ପଟ ଗୁଡ଼ିକ ଲାଗି ପ୍ରଶାସନ ପକ୍ଷରୁ କୋଭିଡ୍‍ କଟକଣା  ନିୟମାବଳୀ ଜାରି କରାଯାଇଛି। ପିକ୍‍ନିକ୍‍ ସ୍ଥଳୀ ଗୁଡିକରେ ବଣଭୋଜି ଓ ଗୀତ ବଜେଇବା ଉପରେ କଟକଣା ଲାଗୁ କରାଯାଇଛି। ଏଥିସହିତ ଜିଲ୍ଲାର ସରକାରୀ ଅଧିକାରୀ ମାନଙ୍କ ଲାଗି ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ୫୦ ପ୍ରତିଶତ ସରକାରୀ ଅଧିକାରୀ ଅଫିସରେ ରହି କାର୍ଯ୍ୟକରିବେ। ତିନିମାସ ଲାଗି ଜିଲ୍ଲାର ସବୁଗ୍ରାମରେ ମୋ ଗାଆଁ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗ୍ରାମବାସୀମାନେ ସେଠାରୁ ପ୍ରମାଣପତ୍ର ରାଜସ୍ୱ ଆଦାୟ ଓ ମ୍ୟୁଟେସନ ସୁବିଧା ପାଇପାରିବେ।

Also Read | Aamir Qutub: ବିମାନବନ୍ଦର କ୍ଲିନରରୁ କିପରି ୧୦ କୋଟି ଟଙ୍କାର କମ୍ପାନୀ ନିର୍ମାଣ କଲେ

Share this: