ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ ମାମଲା,ବଲାଙ୍ଗୀର ଉପ-ଜିଲ୍ଲାପାଳ ନିଲମ୍ବିତ

Share this:

ବଲାଙ୍ଗୀର: ବଲାଙ୍ଗୀର ଉପ ଜିଲ୍ଲାପାଳ (Sub-Collector ) ସଂଜୟ କୁମାର ମିଶ୍ର ଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା କର୍ମଚାରୀ। ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ କିଛିଦିନ ତଳେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଚାକିରୀରେ ଯୋଗ ଦେଇଥିଲେ।

ମହିଳା କର୍ମଚାରୀ ଜଣକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଗତ ୨୬ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରାଥମିକ ତଦନ୍ତ ପରେ ମହିଳା କର୍ମଚାରୀଙ୍କୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନ୍ୟ ଏକ କାର୍ଯ୍ୟାଳୟକୁ ବଦଳି କରିଥିଲେ। ଆଜି ଉପଜିଲାପାଳଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି।
ମହିଳା ଜଣକ ଭୟଭୀତ ଅଛନ୍ତି ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଲିଖିତ ଭାବେ ଜିଲ୍ଲାପାଳକୁ ଜଣାଇଛନ୍ତି।
Also Read:

Share this: