ଆଜି ରାଜ୍ୟରେ ୧୫୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ,ମୋଟ ସୁସ୍ଥ ୪୨ହଜାର ୨୭୬

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୫୫୦ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨ ହଜାର ୨୭୬ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩୫୫ ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୨୪୧ ଜଣ, କଟକ ଜିଲ୍ଲାରୁ ୯୯ ଜଣ, ସୁନ୍ଦରଗଡରୁ ୧୧୮ ଜଣ, ସମ୍ବଲପୁରରୁ ୮୯  ଜଣ,ଢେଙ୍କାନାଳ ରୁ ୭୨ ଜଣ, ମାଲକାନଗିରି ଜିଲ୍ଲାରୁ ୬୪ ଜଣ,ବଳେଶ୍ଵର ରୁ ୬୩ ଜଣ, କନ୍ଧମାଳରୁ ୬୨ ଜଣ,ପୁରୀରୁ ୫୯ ଜଣ, କୋରାପୁଟରୁ ୪୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୯  ଜଣ, ଭଦ୍ରକରୁ ୩୮ଜଣ, ଗଜପତି ରୁ ୩୨ଜଣ, ବଲାଙ୍ଗୀରରୁ ୨୬ ଜଣ, ରାୟଗଡାରୁ ୨୦ଜଣ, ଜଗତସିଂପୁର ଜିଲ୍ଲାରୁ ୧୮ ଜଣ,ଝାରସୁଗୁଡାରୁ ୧୭ ଜଣ, ଯାଜପୁର, କେନ୍ଦ୍ରାପଡ଼ା ଓ କେଉଁଝରରୁ ୧୬ ଜଣ ଲେଖାଏଁ,ବୌଦ୍ଧ ରୁ ୧୫ ଜଣ, କଳାହାଣ୍ଡି ,ନବରଙ୍ଗପୁର ଓ ନବରଙ୍ଗପୁର ଜିଲ୍ଲାରୁ ୬ ଲେଖାଏଁ , ବରଗଡ଼ ଓ ସୋନପୁର ରୁ୫ ଜଣ ଲେଖାଏଁ, ଅନୁଗୋଳ ଓ ନୟାଗଡ ରୁ ୨ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୦କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୪୩ କୁ ବୃଦ୍ଧି ହୋଇଛି।

Share this: