Corona:ରାଜ୍ୟରୁ ଆଜି ୧୦ ହଜାର ୯୩୯ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ଆଉ ୧୦ ହଜାର ୯୩୯ ଜଣ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୭୬୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୨୯୮ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୧୯ଜଣ, ବାଲେଶ୍ଵରରୁ ୩୬୧ଜଣ, ବରଗଡ଼ରୁ ୩୨୩ଜଣ, ଭଦ୍ରକରୁ୧୪୨ଜଣ, ବଲାଙ୍ଗୀରିରୁ ୧୯୫ଜଣ, ବୌଦ୍ଧରୁ ୩୮୫ଜଣ, କଟକରୁ ୯୨୨ଜଣ, ଦେଓଗଡ଼ରୁ ୧୦୦ଜଣ, ଢେଙ୍କାନାଳରୁ ୭୬୩ଜଣ, ଗଜପତିରୁ ୪୩ଜଣ, ଗଞ୍ଜାମରୁ ୨୫୪ଜଣ, ଜଗତସିଂପୁରରୁ ୨୯୧ଜଣ, ଯାଜପୁରରୁ ୫୪୧ଜଣ, ଝାରସୁଗୁଡାରୁ ୧୯୧ଜଣ, କଳାହାଣ୍ଡିରୁ ୨୪୪ଜଣ, କନ୍ଧମାଳରୁ ୭୭ଜଣ, କେଉଁଝରରୁ ୧୭୬ଜଣ, କୋରାପୁଟରୁ ୨୪୨ଜଣ, କେନ୍ଦ୍ରାପଡ଼ାରୁ ୩୨୩ଜଣ, ମୟୁରଭଞ୍ଜରୁ ୬୦୪ଜଣ, ମାଲକାନଗିରିରୁ ୧୦୩ଜଣ, ନବରଙ୍ଗପୁରରୁ ୩୬୨ଜଣ, ନୟାଗଡ଼ରୁ ୨୨୫ଜଣ, ନୂଆପଡ଼ାରୁ ୬୪ଜଣ, ପୁରୀରୁ ୪୫୬ ଜଣ, ରାୟଗଡାରୁ ୧୫୬ଜଣ, ସମ୍ବଲପୁରରୁ ୩୧୯ଜଣ, ସୋନପୁରରୁ ୨୩୧ଜଣ, ସୁନ୍ଦରଗଡରୁ ୫୧୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୧୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୪ ଲକ୍ଷ ୩୭ ହଜାର ୩୩୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୧୪ହଜାର ୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୬୧୪ ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୧ ହଜାର ୨୨୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୧୦ ହଜାର ୫୫୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Yellow fungus: ଆସିଲା ହଳଦିଆ ଫଙ୍ଗସ୍, ଯାହା କଳା ଏବଂ ଧଳା ଫଙ୍ଗସ୍ ଅପେକ୍ଷା ଅଧିକ ବିପଦଜ୍ଜନକ

[amazon_auto_links id=”9932″]

Share this: