Puri Sri Mandir: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ,୯୬ ଘଣ୍ଟା ପୂର୍ବରୁ କୋଭିଡ୍‍ ନେଗେଟିଭ୍‍ ରିପୋର୍ଟ ବାଧ୍ୟତାମୂଳକ

Share this:

ପୁରୀ: ଦିନକୁ ଦିନ ପୁରୀ (Puri) ରେ କୋଭିଡ଼ (Covid-19) ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ପୁରୀରୁ ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଲାଗୁ ହୋଇଛି।

କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବରୁ ପରୀକ୍ଷା ହୋଇ ମିଳିଥିବା କୋଭିଡ୍‍ ନେଗେଟିଭ୍‍ ରିପୋର୍ଟ କିମ୍ବା ୨ଟି କୋଭିଡ୍‍ ପ୍ରତିଷେଧକ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର ଭାବେ ବାରିକେଡିଂ କରାଯାଇ କିଓସ୍କ ଖୋଲାଯାଇଛି। ଦର୍ଶନାର୍ଥୀଙ୍କୁ ଯାଞ୍ଚ ପରେ ମନ୍ଦିର ଭିତରକୁ ଛଡ଼ାଯାଉଛି।

ରାଜ୍ୟ ଭିତରର ଦର୍ଶନାର୍ଥୀଙ୍କ ପାଇଁ ଆଧାରକାର୍ଡ ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ, ପୁରୀ ଶ୍ରୀମନ୍ଦିର ସହ ଜଡିତ ୫୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ୨୨ଜଣ ସେବାୟତ ଏବଂ ସେମାନଙ୍କ ପରିବାର ସଦସ୍ୟ ୧୯ଜଣ ଜୋତା ଷ୍ଟାଣ୍ଡ କର୍ମଚାରୀ ଓ ୯ଜଣ ଶ୍ରୀମନ୍ଦିର କର୍ମଚାରୀ ରହିଥିବା ସୂଚନା ମିଳିଛି।

ସେହିପରି ପୁରୀକୁ କୁମ୍ଭମେଳାରୁ ୧୭ଜଣ ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ରିପୋର୍ଟ ଆସିଥିବାବେଳେ ଆଉ ୧୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେହି ଦୁଇଜଣ କରୋନା ନେଗେଟିଭ୍‍ ଅଛନ୍ତି।

[amazon_auto_links id=”10233″]

Also Read | Corona Odisha: ଆଜି ଓଡ଼ିଶାରୁ ୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

Share this: