Odisha Covid19: ଆଜି ୩୬୧୫ ଜଣ କରୋନା ପଜିଟିଭ ଚିହ୍ନଟ,୨ ଲକ୍ଷ ୨୦ ହଜାର ପାର

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ତିନିହଜାରଉପରେ ରହୁଛି। ଆଜି ରାଜ୍ୟରେ ୩ ହଜାର ୬୧୫ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ ହଜାର ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୯୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୭୧ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୪୨ ଜଣ, କଟକରୁ ୩୭୧ ଜଣ, କନ୍ଧମାଳ ଜିଲ୍ଲାରୁ ୫୯ ଜଣ, କୋରାପୁଟରୁ ୪୭ ଜଣ, କେନ୍ଦ୍ରାପଡ଼ାରୁ ୧୧୯ ଜଣ, କେଉଁଝରରୁ ୧୦୯ ଜଣ ଓ କଳାହାଣ୍ଡିରୁ୧୦୬ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୭୩  ଜଣ, ସୁନ୍ଦରଗଡ଼ରୁ ୭୩ ଜଣ ଓ ସୋନପୁର ଜିଲ୍ଲାରୁ ୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୪୪ ଜଣ, ଜଗତସିଂହପୁରରୁ  ୮୩ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୦୬ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୮୬ ଜଣ, ବାଲେଶ୍ଵରରୁ ୯୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୮୧  ଜଣ, ବୌଦ୍ଧରୁ ୨୦ ଜଣ ଏବଂ ଭଦ୍ରକରୁ ୬୧ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୯୭  ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୪ ଜଣ, ନବରଙ୍ଗପୁରରୁ ୫୭ ଜଣ ଓ ନୂଆପଡ଼ାରୁ ୬୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୬୦ ଜଣ, ଦେଓଗଡରୁ ୧୨ ଜଣ, ରାୟଗଡାରୁ ୩୯ ଜଣ, ଅନୁଗୋଳରୁ ୧୮୮ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୨୩  ଜଣ ଏବଂ ମାଲକାନଗିରିରୁ ୧୨୩  ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୪୦ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୩ ଲକ୍ଷ ୬୪୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୨୨ ହଜାର ୭୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ହଜାର ୧୨୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:Babri Masjid demolition:ବାବ୍ରି ମସଜିଦ ଭାଙ୍ଗିବା ଘଟଣାରେ ଆଡଭାନୀ, ଯୋଶୀ, ଉମାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ; ଆଡଭାନୀ କହିଲେ ‘ଜୟ ଶ୍ରୀରାମ’

Share this: