Asani Cyclone Updates: ବାତ୍ୟା ‘ଅସାନି’ ଦୁର୍ବଳ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା

Share this:

ଭୁବନେଶ୍ଵର (ବ୍ୟୁରୋ): Asani Cyclone Updates ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ବର୍ତ୍ତମାନ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ଏହି ସମୟ ମଧ୍ୟରେ ଅସାନି ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

ବାତ୍ୟା ଅସାନି (Cyclone Asani) ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୬୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ‘ଅସାନି’ କାକିନାଡ଼ା-ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ପରେ ପୁଣି ତାହା ସମୁଦ୍ରକୁ ଫେରିଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରେ ଏହା ଦୁର୍ବଳ ହୋଇ ଡିପ୍ରେସନ୍‌ରେ ପରିଣତ ହେବ। ଏହାର ପ୍ରଭାବରେ ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେହିପରି ଆସନ୍ତାକାଲି ସକାଳେ ଓଡ଼ିଶା ଉପକୂଳକୁ ଫେରିବା ବେଳକୁ ବାତ୍ୟା ଆହୁରି ଦୁର୍ବଳ ହେଇ ଲଘୁଚାପ କ୍ଷେତ୍ରରେ ପରିଣତ ହେଇଯାଇଯିବ ବୋଲି ଭାରତର ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ଏହାର ସେଭଳି ପ୍ରଭାବ ରହିବ ନାହିଁ ବୋଲି ସେ କହିଛନ୍ତି। ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାବେଳେ ଏହା ସେଭଳି କିଛି କ୍ଷତି କରିବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନା ଅନୁସାରେ ଆସନ୍ତାକାଲି ବର୍ଷାର ପରିମାଣ କମିଯିବ। କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧାରଣର ବର୍ଷା ହୋଇପାରେ। ଆଜି ରାତି ୧୧ଟା ୩୦ରେ ଏହା ଡିପ୍-ଡିପ୍ରେସନରେ ପରିଣତହେବ ଓ ଗୁରୁବାର ସକାଳୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।

Read Also | Corona Cases Odisha: ଓଡିଶାରୁ ଆଜି ୧୭ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

Leave a Reply

Your email address will not be published. Required fields are marked *