ସ୍ଵଚ୍ଛ ସର୍ବେକ୍ଷଣ -୨୦୨୦ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ସ୍ୱଚ୍ଛ ସହର, ଓଡିଶାରୁ ବ୍ରହ୍ମପୁର

Share this:

ଇନ୍ଦୋର:ଦେଶର ସ୍ୱଚ୍ଛ ସହର ଇନ୍ଦୋର ପୁଣି ଥରେ ସ୍ୱଚ୍ଛ ସର୍ଭେରେ ଜିତିଛି। ଦେଶର ସର୍ବୋଚ୍ଚ ସ୍ୱଚ୍ଛ ସହରଗୁଡିକର ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଵଚ୍ଛ ସର୍ବେକ୍ଷଣ– ୨୦୨୦(Swachh Survekshan 2020) ର ପଞ୍ଚମ ସଂସ୍କରଣର ଫଳାଫଳ ଘୋଷଣା କରିଛନ୍ତି।

କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର ଆଖ୍ୟା ପାଇଛି। ଦ୍ୱିତୀୟ ସ୍ଥାନ ହେଉଛି ଗୁଜରାଟର ସୁରଟ ଏବଂ ତୃତୀୟରେ ମହାରାଷ୍ଟ୍ରର ନାଭି ମୁମ୍ବାଇ। ସ୍ୱଚ୍ଛତା ସର୍ବେକ୍ଷଣରେ ବିଜୟୱାଡା ଚତୁର୍ଥ ନମ୍ବରରେ, ପଞ୍ଚମ ସ୍ଥାନରେ ଅହମ୍ମଦାବାଦ, ଷଷ୍ଠରେ ରାଜକୋଟ, ସପ୍ତମ ସ୍ଥାନରେ ଭୋପାଳ, ଅଷ୍ଟମରେ ଚଣ୍ଡିଗଡ଼, ନବମରେ ବିଶାଖାପାଟନମ୍ ଏବଂ ଦଶମ ସ୍ଥାନରେ ଭଦୋଦରା। ସ୍ଵଚ୍ଛ ସର୍ବେକ୍ଷଣ– ୨୦୨୦ ର କାର୍ଯ୍ୟ ୨୮ଦିନରେ ଶେଷ ହୋଇଛି। ସ୍ୱଚ୍ଛତା ଆପରେ ୧.୭ କୋଟି ନାଗରିକ ପଞ୍ଜିକୃତ ହୋଇଛନ୍ତି। ଏହାକୁ ସୋସିଆଲ ମିଡିଆରେ ୧୧ ମିଲିୟନରୁ ଅଧିକ ଥର ଦେଖାଯାଇଥିଲା। ମନ୍ତ୍ରଣାଳୟର ମୁଖପାତ୍ର ରାଜୀବ ଜୈନ କହିଛନ୍ତି ଯେ ଏହି ସର୍ଭେରେ ୪,୨୪୨ ସହରର ଏକ କୋଟି ୮୭ ଲକ୍ଷ ଲୋକ ଅଂଶଗ୍ରହଣ କରିଛନ୍ତି। ଏଥିରେ ୬୨ ଟି କ୍ୟାଣ୍ଟନମେଣ୍ଟ ବୋର୍ଡ ଏବଂ ଗଙ୍ଗା ଚାରିପାଖରେ ଅବସ୍ଥିତ ୯୨ ଟି ସହର ଅଛି। ପ୍ରଥମ ସଂସ୍କରଣରେ କର୍ଣ୍ଣାଟକର ମହିଶୂର ସ୍ୱଚ୍ଛ ସହର ପୁରସ୍କାର ଜିତିଥିଲା।

୨୦୧୬  ରେ କରାଯାଇଥିବା ପ୍ରଥମ ସର୍ଭେରେ, ଇନ୍ଦୋର ଦେଶର ସବୁଠାରୁ ପରିଷ୍କାର ସହର ପାଇଁ ପୁରସ୍କାର ପାଇଥିଲା। ସେବେଠାରୁ ଇନ୍ଦୋର କ୍ରମାଗତ ୨୦୧୭,୨୦୧୮,୨୦୧୯,୨୦୨୦ ଲଗାତର ୪ ବର୍ଷ ଶୀର୍ଷରେ ରହିଛି।  କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରଥମ ସ୍ଥାନ ପାଇଥିବାରୁ ସିଏମ୍ ଶିବରାଜ ସିଂ ଖୁସି ବ୍ୟକ୍ତ କରିଛନ୍ତି। ସ୍ୱଚ୍ଛତା ସର୍ଭେରେ ଇନ୍ଦୋରର ଏକ ନମ୍ବର ସ୍ଥାନ ଥରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ପରିଷ୍କାର ପରିଚ୍ଛନ୍ନତା ହେଉଛି ଇନ୍ଦୋରର ପ୍ରକୃତି, ଏଠାରେ ଲୋକମାନେ ମଇଳାକୁ ନିଷିଦ୍ଧ କରିଛନ୍ତି ଏବଂ ପରିଷ୍କାର ପରିଚ୍ଛନ୍ନତା ଇନ୍ଦୋରର ସଭ୍ୟତାରେ ପରିଣତ ହୋଇଛି। ମୁଁ ଇନ୍ଦୋରର ଲୋକଙ୍କୁ ଅଭିନନ୍ଦନ ଜଣାଉଛି ବର୍ତ୍ତମାନ କେବଳ ଦେଶ ନୁହେଁ ବିଶ୍ଵରୁ ଲୋକମାନେ ଇନ୍ଦୋରକୁ ଆସି ପରିଷ୍କାର ପରିଚ୍ଛନ୍ନତା ଶିକ୍ଷା କରିପାରିବେ।

କଟକ ଓ ଭୁବନେଶ୍ୱର ସମେତ ଓଡ଼ିଶାର ୯ଟି ମହାନଗର ନିଗମ ଓ ମୁନିସିପାଲିଟି ଅଂଶଗ୍ରହଣ କରିଥିଲେ। ରାଜ୍ୟରୁ ବ୍ରହ୍ମପୁର ପ୍ରଥମ ହୋଇଛି ଏବଂ ଦେଶର ୩୮୨ ଟି ସହର ମଧ୍ୟରେ ୬୩ ତମ ସ୍ଥାନରେ ରହିଛି। 

Share this: