Covid-19 Odisha Report: ଓଡ଼ିଶାରେ ଆଜି ୫୦୫୭ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ (Odisha) କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ରାଜ୍ୟରୁ ୫ ହଜାର ୫୭ ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୬୬୭ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୯୩୨ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୧୨୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୧୦ଜଣ, ବାଲେଶ୍ଵରରୁ ୨୦୨ଜଣ, ବରଗଡ଼ରୁ ୮୫ଜଣ, ଭଦ୍ରକରୁ ୯୧ଜଣ, ବଲାଙ୍ଗୀରିରୁ ୧୩୩ଜଣ, ବୌଦରୁ ୪୪ଜଣ, କଟକରୁ ୪୯୫ଜଣ, ଦେଓଗଡ଼ରୁ ୫୧ଜଣ, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୬୮ଜଣ, ଗଞ୍ଜାମରୁ ୬୦ଜଣ, ଜଗତସିଂପୁରରୁ ୧୨୫ଜଣ, ଯାଜପୁରରୁ ୧୨୮ଜଣ, ଝାରସୁଗୁଡାରୁ ୫୦ଜଣ, କଳାହାଣ୍ଡିରୁ ୧୪୦ଜଣ, କନ୍ଧମାଳରୁ ୮୪ଜଣ, କେନ୍ଦ୍ରାପଡ଼ାରୁ ୩୪ଜଣ, କେଉଁଝରରୁ ୪୯ଜଣ, କୋରପୁଟରୁ ୭୬ଜଣ, ମାଲକାନଗିରିରୁ ୫୮ଜଣ, ମୟୁରଭଞ୍ଜରୁ ୧୩୫ଜଣ, ନବରଙ୍ଗପୁରୁ ୧୩୬ଜଣ, ନୟାଗଡ଼ରୁ ୨୧୭ଜଣ, ନୂଆପଡ଼ାରୁ ୧୯୦ଜଣ, ପୁରୀରୁ ୯୪ଜଣ, ରାୟଗଡାରୁ ୮୫ଜଣ, ସମ୍ବଲପୁରରୁ ୧୭୯ଜଣ, ସୋନପୁରରୁ ୧୦୪ଜଣ, ସୁନ୍ଦରଗଡରୁ ୪୨୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୨୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୪ ଲକ୍ଷ ୪୩ ହଜାର ୭୫୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୩୬ ହଜାର ୨୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୧୫୭ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୬୩ ହଜାର ୩୯୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୪ ହଜାର ୨୧୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: