Covid-19 Odisha Report: କୋଭିଡର ନୂଆ ପ୍ରଜାତି ଅଧିକ ସଂକ୍ରାମକ, ଆଜି ଓଡିଶାରୁ ୪୮୪୨ ଚିହ୍ନଟ

covid19_news
Share this:

ଭୁବନେଶ୍ଵର:ଓଡ଼ିଶାରେ (Odisha) କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା ଆଜି କମିଛି। ଆଜି ରାଜ୍ୟରୁ ୪ ହଜାର ୮୪୨ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୬୭୧ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୮୦୯ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୦୩୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସରକାରୀ ସୂଚନା ଅନୁସାରେ କୋଭିଡର ନୂଆ ପ୍ରଜାତି ଅଧିକ ସଂକ୍ରାମକ। ତେଣୁ ଏହାର କୌଣସି ଲକ୍ଷଣ ଦେଖାଦେଲେ ୭ ଦିନ ଗୃହ ସଙ୍ଗରୋଧରେ ରୁହନ୍ତୁ ଏବଂ ଏ ଜନିତ ନିର୍ଦେଶାବଳିକୁ ଅନୁସରଣ କରି ନିଜକୁ ତଥା ଅନ୍ୟମାନଙ୍କୁ କରୋନା ମହାମାରୀରୁ ସୁରକ୍ଷିତ ରଖନ୍ତୁ।  

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୦୪ଜଣ, ବାଲେଶ୍ଵରରୁ ୧୬୯ଜଣ, ବରଗଡ଼ରୁ ୭୨ଜଣ, ଭଦ୍ରକରୁ ୧୦୬ଜଣ, ବଲାଙ୍ଗୀରିରୁ ୧୪୦ଜଣ, ବୌଦରୁ ୨୮ଜଣ, କଟକରୁ ୪୪୩ଜଣ, ଦେଓଗଡ଼ରୁ ୮୫ଜଣ, ଢେଙ୍କାନାଳରୁ ୮୪ଜଣ, ଗଜପତିରୁ ୬୫ଜଣ, ଗଞ୍ଜାମରୁ ୫୮ଜଣ, ଜଗତସିଂପୁରରୁ ୯୬ଜଣ, ଯାଜପୁରରୁ ୧୩୪ଜଣ, ଝାରସୁଗୁଡାରୁ ୭୦ଜଣ, କଳାହାଣ୍ଡିରୁ ୧୫୫ଜଣ, କନ୍ଧମାଳରୁ ୮୦ଜଣ, କେନ୍ଦ୍ରାପଡ଼ାରୁ ୬୦ଜଣ, କେଉଁଝରରୁ ୬୯ଜଣ, କୋରପୁଟରୁ 81ଜଣ, ମାଲକାନଗିରିରୁ ୪୩ଜଣ, ମୟୁରଭଞ୍ଜରୁ ୧୭୯ଜଣ, ନବରଙ୍ଗପୁରୁ ୧୨୪ଜଣ, ନୟାଗଡ଼ରୁ ୨୧୦ଜଣ, ନୂଆପଡ଼ାରୁ ୧୪୨ଜଣ, ପୁରୀରୁ ୭୬ଜଣ, ରାୟଗଡାରୁ ୧୦୧ଜଣ, ସମ୍ବଲପୁରରୁ ୧୪୯ଜଣ, ସୋନପୁରରୁ ୪୨ଜଣ, ସୁନ୍ଦରଗଡରୁ ୧୫୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୫ଲକ୍ଷ ୭ ହଜାର ୬୩୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୪୧ ହଜାର ୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୫୧୧ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୭୩ ହଜାର ୯୦୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୮ ହଜାର ୫୩୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: