Covid-19 Odisha Report: ଓଡିଶାରୁ ପୁଣି ୪୮୪୩ ଜଣ କରୋନା ପଜିଟିଭ ଚିହ୍ନଟ

corona-odisha-2487
Share this:

ଭୁବନେଶ୍ଵର: ଆଜି ରାଜ୍ୟରୁ ୪ ହଜାର ୮୪୩ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୬୬୩ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୮୧୫ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୦୨୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୫୮ଜଣ, ବାଲେଶ୍ଵରରୁ ୧୫୨ଜଣ, ବରଗଡ଼ରୁ ୮୦ଜଣ, ଭଦ୍ରକରୁ ୬୦ଜଣ, ବଲାଙ୍ଗୀରିରୁ ୯୫ଜଣ, ବୌଦରୁ ୪୯ଜଣ, କଟକରୁ ୩୭୯ଜଣ, ଦେଓଗଡ଼ରୁ ୭୩ଜଣ, ଢେଙ୍କାନାଳରୁ ୪୫ଜଣ, ଗଜପତିରୁ ୬୨ଜଣ, ଗଞ୍ଜାମରୁ ୬୭ଜଣ, ଜଗତସିଂପୁରରୁ ୧୦୦ଜଣ, ଯାଜପୁରରୁ ୧୬୬ଜଣ, ଝାରସୁଗୁଡାରୁ ୭୦ଜଣ, କଳାହାଣ୍ଡିରୁ ୧୫୫ଜଣ, କନ୍ଧମାଳରୁ ୮୦ଜଣ, କେନ୍ଦ୍ରାପଡ଼ାରୁ ୬୧ଜଣ, କେଉଁଝରରୁ ୮୧ଜଣ, କୋରପୁଟରୁ ୫୦ଜଣ, ମାଲକାନଗିରିରୁ ୧୮ଜଣ, ମୟୁରଭଞ୍ଜରୁ ୧୫୨ଜଣ, ନବରଙ୍ଗପୁରୁ ୧୩୭ଜଣ, ନୟାଗଡ଼ରୁ ୧୯୪ଜଣ, ନୂଆପଡ଼ାରୁ ୧୬୬ଜଣ, ପୁରୀରୁ ୭୨ଜଣ, ରାୟଗଡାରୁ ୯୯ଜଣ, ସମ୍ବଲପୁରରୁ ୧୨୮ଜଣ, ସୋନପୁରରୁ ୭୩ଜଣ, ସୁନ୍ଦରଗଡରୁ ୭୩୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୫ଲକ୍ଷ ୭୦ ହଜାର ୪୮୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୪୫ ହଜାର ୯୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୨୬୭ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୮୪ ହଜାର ୧୭୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩ ହଜାର ୯୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: