Covid-19 Odisha Report: ରାଜ୍ୟରେ ଖସିଲା କରୋନା ସଂକ୍ରମଣ, ଆଜି ୩୩୨୯ ଚିହ୍ନଟ

Share this:

ଭୁବନେଶ୍ଵର: ଓଡିଶାରେ କରୋନା ସଂକ୍ରମଣ ବର୍ତ୍ତମାନ ଦିନକୁ ଦିନ କମି ଚାଲିଛି। ଆଜି ରାଜ୍ୟରୁ ୩ ହଜାର ୩୨୯ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୫୦୪ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୯୩୪ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩୯୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୫ଜଣ, ବାଲେଶ୍ଵରରୁ ୧୪୧ଜଣ, ବରଗଡ଼ରୁ ୪୬ଜଣ, ଭଦ୍ରକରୁ ୫୭ଜଣ, ବଲାଙ୍ଗୀରିରୁ ୬୭ଜଣ, ବୌଦରୁ ୪୯ଜଣ, କଟକରୁ ୨୯୩ଜଣ, ଦେଓଗଡ଼ରୁ ୬୭ଜଣ, ଢେଙ୍କାନାଳରୁ ୬୧ଜଣ, ଗଜପତିରୁ ୬୪ଜଣ, ଗଞ୍ଜାମରୁ ୪୪ଜଣ, ଜଗତସିଂପୁରରୁ ୭୦ଜଣ, ଯାଜପୁରରୁ ୯୯ଜଣ, ଝାରସୁଗୁଡାରୁ ୭୪ଜଣ, କଳାହାଣ୍ଡିରୁ ୧୦୭ଜଣ, କନ୍ଧମାଳରୁ ୪୩ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେଉଁଝରରୁ ୨୧ଜଣ, କୋରପୁଟରୁ ୫୯ଜଣ, ମାଲକାନଗିରିରୁ ୩୪ଜଣ, ମୟୁରଭଞ୍ଜରୁ ୧୪୫ଜଣ, ନବରଙ୍ଗପୁରୁ ୯୦ଜଣ, ନୟାଗଡ଼ରୁ ୧୨୦ଜଣ, ନୂଆପଡ଼ାରୁ ୧୨୯ଜଣ, ପୁରୀରୁ ୫୬ଜଣ, ରାୟଗଡାରୁ ୬୬ଜଣ, ସମ୍ବଲପୁରରୁ ୧୧୫ଜଣ, ସୋନପୁରରୁ ୩୫ଜଣ, ସୁନ୍ଦରଗଡରୁ ୨୩୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୩୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୬ ଲକ୍ଷ ୨୭ ହଜାର ୧୯୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୪୯ ହଜାର ୨୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯ ହଜାର ୧୯୧ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୯୩ ହଜାର ୩୬୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୭ ହଜାର ୨୧୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: