୨୪ ଘଣ୍ଟା ରେ ୧୭ ହଜାରରୁ ଅଧିକ କରୋନା ପଜିଟିଭ

Share this:

ଦେଶରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪.୯୦ ଲକ୍ଷକୁ ବୃଦ୍ଧି ପାଇଛି। ଗତ ୨୪  ଘଣ୍ଟା ମଧ୍ୟରେ ୧୭  ହଜାରରୁ ଅଧିକ କରୋନା ଭୂତାଣୁ ରିପୋର୍ଟ ହୋଇଥିବା ବେଳେ ୪୦୭  ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ ଭାଇରସରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ୨.୮୫ ଲକ୍ଷ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଲେଣି ।

ସୂଚନା ଥାଉକି,ଦେଶରେ ସମୁଦାୟ କରୋନା ଜୀବାଣୁ ସଂଖ୍ୟା ୪ ଲକ୍ଷ ୯୦  ହଜାର ୪୦୧  କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୧  ଲକ୍ଷ ୮୯  ହଜାର ୪୬୩  ସକ୍ରିୟ ମାମଲା ହୋଇଥିବାବେଳେ ୨  ଲକ୍ଷ ୮୫  ହଜାର ୬୩୭  ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ ୧୫,୩୦୧ ଜଣଙ୍କର ମୃତ୍ୟୁ ହୋଇଛି।

Share this: