Odisha Admission Plus Two Updates: ଆଜିଠୁ +୨ ନାମଲେଖା ଆରମ୍ଭ

Share this:

ଭୁବନେଶ୍ଵର :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ (+2) ପ୍ରଥମବର୍ଷ ନାମଲେଖା ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟ ମେଧା (First Selection Merit) ତାଲିକାରେ ଯୋଗ୍ୟ ଛାତ୍ରଛାତ୍ରୀ ଆଜି ସେପ୍ଟେମ୍ବର ୨୧ ଠାରୁ ୨୬ ତାରିଖ ମଧ୍ୟରେ ୨୦୨୮ଟି କନିଷ୍ଠ ମହାବିଦ୍ୟାଳୟ (Junior College) ରେ ନାମ ଲେଖାଇପାରିବେ।

ଆଜି ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମର ବିଦ୍ୟାର୍ଥୀ ନାମ ଲେଖାଇବେ। ବିଦ୍ୟାର୍ଥୀ ଓ ଅଭିଭାବକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ୬ ଫୁଟ୍‌ ଦୂରତା ବଜାୟ ରଖିବେ। ଭିଡ଼ ଏଡ଼ାଇବା ପାଇଁ ଇଣ୍ଟିମେସନ୍‌ରେ ପ୍ରଦାନ କରାଯାଇଥିବା ସମୟରେ ଶିକ୍ଷାନୁଷ୍ଠାନ କୁ ବିଦ୍ୟାର୍ଥୀ ଯିବେ। ଛାତ୍ରଛାତ୍ରୀ ସାମ୍‍ସ ୱେବ୍‍ସାଇଟ୍‍ (https://samsodisha.gov.in/Juniorweb.aspx) ଲଗ ଇନ୍‍ କରି ମେଧା ତାଲିକା ଦେଖିବା ସହ ଇଣ୍ଟିମେସନ ଲେଟର ଡାଉନ୍‍ଲୋଡ କରିପାରିବେ।

Also read: OJEE 2020: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଯେଉଁ ଶିକ୍ଷାନୁଷ୍ଠାନର ଇଣ୍ଟିମେସନ ପାଇଥିବେ, ସେଠାରେ ନାମ ଲେଖାଇବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ନାମ ନଲେଖାଇଲେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ତେବେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କ ସହ ଜଣେ ଅଭିଭାବକ ଯାଇପାରିବେ। ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ୬ ଫୁଟ ଦୂରତା ବଜାୟ ରଖିବେ। ଭିଡ଼ ଏଡ଼ାଇବା ପାଇଁ ଇଣ୍ଟିମେସନରେ ପ୍ରଦାନ କରାଯାଇଥିବା ସମୟ ସାରଣୀ ଅନୁସାରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଯିବେ। କମନ୍‍ ଆପ୍ଲିକେସନ ଫର୍ମ (Common Application Form) କପି ସହ ମାଟ୍ରିକ ସାର୍ଟିଫିକେଟ୍‍, ମାର୍କସିଟ୍‍, ସ୍କୁଲ କଣ୍ଡକ୍ଟ (Conduct ) ଓ ଲିଭିଙ୍ଗ ସାର୍ଟିଫିକେଟ୍‍ (School Leaving) ଏବଂ ଅନ୍ୟ ଆବଶ୍ୟକ କାଗଜପତ୍ର ସାଙ୍ଗରେ ନେବାକୁ କୁହାଯାଇଛି।

୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ।

Also Read:

School Reopens: ୨୧ ସେପ୍ଟେମ୍ବରରୁ କେଉଁ କେଉଁ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି

Share this: