Rajyasabha Updates: ରାଜ୍ୟସଭାରୁ ୮ ସାଂସଦ ନିଲମ୍ବିତ,ଡେପୁଟି ଚେୟାରମ୍ୟାନ୍ ଙ୍କ ଅବିଶ୍ଵାସ ପ୍ରସ୍ତାବ ଖାରଜ

Share this:

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ (M.Venkaiah Naidu) ସୋମବାର ଦିନ ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ (Harivansh Narayan Singh )ଙ୍କ ବିରୋଧରେ ବିରୋଧୀଙ୍କ ଅବିଶ୍ଵାସ  ପ୍ରସ୍ତାବକୁ ଖାରଜ କରି କହିଛନ୍ତି ଯେ ଏହି ପ୍ରସ୍ତାବ ଠିକ୍ ରୂପରେ ନାହିଁ। ସେ କହିଛନ୍ତି ଯେ ବିରୋଧରେ ଉପସ୍ଥାପିତ ପ୍ରସ୍ତାବ ନିର୍ଦ୍ଦିଷ୍ଟ ଫର୍ମାଟରେ ନାହିଁ ଏବଂ ଏଥିପାଇଁ ଆବଶ୍ୟକ ୧୪ ଦିନ ସମୟ ମଧ୍ୟ ପାଳନ କରାଯାଇ ନାହିଁ।

ସୂଚନାଯୋଗ୍ୟ କୃଷି ସମ୍ବନ୍ଧୀୟ ଦୁଇଟି ବିଲରେ ବିରୋଧୀଙ୍କ ସଂଶୋଧନ ଉପରେ ବିଭାଜନର ଦାବିକୁ ଗ୍ରହଣ ନକରିବାରୁ ବିରୋଧୀଦଳ ଗତକାଲି ଡେପୁଟି ଚେୟାରମ୍ୟାନ୍ ଙ୍କ  ବିରୋଧରେ ଏହି ଆବେଦନ କରିଥିଲେ।

ଗତକାଲି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ମଧ୍ୟରେ ବିବାଦୀୟ କୃଷକ ବିଲ୍ (Agriculture Bills) ଗୃହୀତ ହୋଇଥିଲା। ବିଲ୍‌କୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହ ମଧ୍ୟଭାଗ‌ରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ଭାଙ୍ଗିଥିଲେ। ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। କେତେକ ସଭ୍ୟ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ଭିଡ଼ି ଆଣି ଚିରି ପକାଇଥିଲେ।

ଆରମ୍ଭରୁ ଗତକାଲି ଉତ୍ତେଜନା ସୃଷ୍ଟି କରିଥିବା ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି। ଅବଶିଷ୍ଟ ଅଧିବେଶନ ପାଇଁ ୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ ମଧ୍ୟରେ ତୂଣମୂଳ କଂଗ୍ରେସର ଡେରେକ ଓ’ବ୍ରାଇନ୍ ଏବଂ ଡୋଲା ସେନ୍, କଂଗ୍ରେସର ରାଜୀବ ସତ୍ତାଭ, ସୟଦ ନାଜିର ହୁସେନ୍ ଏବଂ ରିପୁନ୍ ବୋରା, ଆପର ସଞ୍ଜୟ ସିଂ, ସିପିଆଇ-ଏମ୍ ର କେ କେ ରାଗଶ ଏବଂ ଏଲାରାମ କରିମ୍ ରହିଛନ୍ତି।

ଗତକାଲିର ଘଟଣାରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ କହିଛନ୍ତି ଯେ, ଗତକାଲି ଉତ୍ତେଜନା ସମୟରେ ସଦସ୍ୟଙ୍କ ଆଚରଣ ଆପତ୍ତିଜନକ ଏବଂ ସଂସଦୀୟ ନୁହେଁ। ସେ କହିଛନ୍ତି ଯେ ଗତକାଲି ରାଜ୍ୟସଭା ପାଇଁ ଅତ୍ୟନ୍ତ ଖରାପ ଦିନ ଥିଲା। କିଛି ସାଂସଦ କାଗଜ ଫିଙ୍ଗିଥିଲେ। ମାଇକ୍ ଭାଙ୍ଗିଥିଲେ। ନିୟମ ପୁସ୍ତକ ଫୋପାଡି ଦେଇଥିଲେ। ଏହି ଘଟଣା ଦ୍ୱାରା ମୁଁ ଗଭୀର ଦୁଃଖିତ। ଉପସଭାପତିଙ୍କୁ ଧମକ ଦିଆଯାଇଥିଲା। ସେମାନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା। ଏହା ଅଦୌ ଗ୍ରହଣୀୟ ନୁହେଁ।

Also Read:

Ariculture Bills: ହଟ୍ଟଗୋଳ ମଧ୍ୟରେ କୃଷକ ବିଲ ରାଜ୍ୟସଭାରେ ପାସ୍,ନିଜ ଇଚ୍ଛାରେ କୃଷକମାନେ ବିକ୍ରି କରିପାରିବେ ନିଜ ଉତ୍ପାଦ

Share this: