Corona Virus: ଦିଲ୍ଲୀରେ କରୋନାର ସମସ୍ତ ରେକର୍ଡ ଭଙ୍ଗ, ଦିନକେ ୮୫୯୩ ନୂଆ ପଜିଟିଭ ଚିହ୍ନଟ, ୮୫ ରୋଗୀଙ୍କ ମୃତ୍ୟୁ

Share this:

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ପ୍ରକୋପ ପୁଣି ବଢିଛି। ଗତକାଲି ବୁଧବାର ରାଜଧାନୀ ଦିଲ୍ଲୀ (New Delhi) ରେ କରୋନା ଭୂତାଣୁ (Covid-19) ସଂକ୍ରମିତ ରେକର୍ଡ ସଂଖ୍ୟକ ୮ ହଜାର ୫୯୩  ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଲୋକ ଗୋଟିଏ ଦିନରେ ମୃତ୍ୟୁ ବରଣ କରିଛନ୍ତି। ଏହା ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଦିଲ୍ଲୀରେ ୮ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀରେ ପରୀକ୍ଷା କରାଯାଇଥିବା ୬୪ ହଜାର ୧୨୧ ନମୁନା ମଧ୍ୟରୁ ୧୩.୪୦% କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସଂକ୍ରମଣ ହାର ବୃଦ୍ଧି ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଅନ୍ୟ ଖବର ହେଉଛି କାଲି ଦିନରେ ୭ ହଜାର ୨୬୪ ରୋଗୀଙ୍କୁ ମଧ୍ୟ ଡିସଚାର୍ଜ କରାଯାଇଥିଲା। ଏହା ସହିତ ଦିଲ୍ଲୀରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୫୯ ହଜାର ୯୭୫ ରେ ପହଞ୍ଚିଛି, ସେଥିମଧ୍ୟରୁ ୪ ଲକ୍ଷ ୧୦ ହଜାର ୧୧୮ ରୋଗୀ ଆରୋଗ୍ୟ ହୋଇଥିବାବେଳେ ୭ ହଜାର ୨୨୮  ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ହାର ୮.୭୪ ପ୍ରତିଶତକୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ୫୨ ଲକ୍ଷ ୬୨ ହଜାର ୮ ହଜାର ନମୁନା ଯାଞ୍ଚ କରାଯାଇଛି। ୧୦ ଲକ୍ଷ ଜନସଂଖ୍ୟାରେ ୨ ଲକ୍ଷ ୭୬ ହଜାର ୯୪୯ ଲୋକଙ୍କୁ ସ୍କ୍ରିନ କରାଯାଇଛି। ଏହା ସହିତ ଦିଲ୍ଲୀରେ କଣ୍ଟେଣ୍ଟମେଣ୍ଟ ଜୋନ୍ ସଂଖ୍ୟା ୪ ହାଜର ୧୦୬କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନା ଭୂତାଣୁ ଜନିତ ମୃତ୍ୟୁ ହାର ୧.୫୭ % ହୋଇଛି।

Also Read | PM Modi: ଆସନ୍ତା ୧୩ ତାରିଖରେ ଦୁଇଟି ଆୟୁର୍ବେଦିକ ପ୍ରତିଷ୍ଠାନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Share this: