Covid-19:ଆଜି ଢେଙ୍କାନାଳ ଜିଲ୍ଲାରୁ ୧୪୪ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଜିଲ୍ଲାରୁ ୧୪୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୧୨୯ ଏବଂ ହସ୍ପିଟାଲରୁ ୧୫ଜଣ ଚିହ୍ନଟ ହୋଇଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ସର୍ବାଧିକ ୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଗୋବିନ୍ଦପୁରରୁ ୩୧ଜଣ, ଜାମୁଚକଡାରୁ ୫ଜଣ, ଝାଡୁବେରେଣୀରୁ ୩ଜଣ, ବରଡାପାଳ, ଗଣ୍ଡାନାଳି ଏବଂ ନାଉକିଆରୀରୁ ୨ଜଣ ଥିବାବେଳେ ଖଳିବୋରେଇ, ଗଞ୍ଜରା ଏବଂ ରାସୋଳରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି ଗଁଦିଆ ବ୍ଲକ (Gondia Block) ରୁ ୨୨ଜଣ ଚିହ୍ନଟଙ୍କ ମଧ୍ୟରୁ ମହିଷିଆକଡ଼ାରୁ ୧୩ଜଣ ଅଛନ୍ତି। ସଦର ବ୍ଲକରୁ ୧୯ଜଣ, ଓଡ଼ାପଡା ବ୍ଲକ (Odapada Block) ରୁ ୧୭ଜଣଙ୍କ ମଧ୍ୟରୁ ଗୋବିନ୍ଦପ୍ରସାଦରୁ ୩ଜଣ, ବଳରାମପୁର, କାଶୀଆଡିହି ଏବଂ ଘଟିବିରିରୁ ୨ଜଣ ଲେଖାଏଁ ଥିବାବେଳେ, ଚାଇଁପୁର, କାଉଁରିଆପାଳ, ବେଶାଳିଆ, ଲୂନି, କାଣ୍ଡବିନ୍ଧା, ହିନ୍ଦୋଳରୋଡ଼, ଇନ୍ଦିପୁର ଏବଂ କାଶିଆଡିହିରୁ ଜଣେ ଲେଖାଏଁ ଅଛନ୍ତି।

ସେହିପରି କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୧୦ଜଣ, ପର୍ଜଙ୍ଗ (Parjang Block)ରୁ ୮ଜଣ, ଭୁବନ ବ୍ଲକରୁ ୭ଜଣଙ୍କ ମଧ୍ୟରୁ ଗୋରାଡିଆରୁ ୫ଜଣ ଏବଂ ଜିରାଳରୁ ୨ଜଣ ଅଛନ୍ତି। ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୭ଜଣ, କଙ୍କଡାହାଡ ବ୍ଲକରୁ ୨ଜଣ, କାମାକ୍ଷାନଗର NACରୁ ୨ଜଣ, ଭୁବନ NAC ରୁ ଜଣେ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି।  

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୬୯ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୧୫ ହଜାର ୧୫୯ ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୨୬୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୯୯ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୪ ହଜାର ୩୧୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧ ହଜାର ୮୯୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାରୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୫୩ ରେ ପହଞ୍ଚିଛି।

[amazon_auto_links id=”9932″]

Also Read | ଏଥର ବିନା ପରୀକ୍ଷାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ, ଆଉ ଯିବାକୁ ପଡିବନି RTO

Share this: