Covid-19: ଆଜି ରାଜ୍ୟରୁ ଆଉ ୩୪୦୫ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ ବର୍ତ୍ତମାନ କରୋନା ଭୂତାଣୁ  (Coronavirus)  ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩ ହଜାର ୪୦୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୯୪୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୪୬୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୫୦୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୮୩ଜଣ, ବାଲେଶ୍ଵରରୁ ୨୯୬ଜଣ, ବରଗଡ଼ରୁ ୬୬ଜଣ, ଭଦ୍ରକରୁ ୧୭୯ଜଣ, ବଲାଙ୍ଗୀରିରୁ ୧୮ଜଣ, ବୌଦ୍ଧରୁ ୫୯ଜଣ, କଟକରୁ ୨୩୦ଜଣ, ଦେଓଗଡ଼ରୁ୨୩, ଢେଙ୍କାନାଳରୁ ୫୪ଜଣ, ଗଜପତିରୁ ୫୮ଜଣ, ଗଞ୍ଜାମରୁ ୩୬ଜଣ, ଜଗତସିଂପୁରରୁ ୧୨୯ଜଣ, ଯାଜପୁରରୁ ୩୯୧ଜଣ, ଝାରସୁଗୁଡାରୁ ୯ଜଣ, କଳାହାଣ୍ଡିରୁ ୫୪ଜଣ, କନ୍ଧମାଳରୁ ୫୫ଜଣ, କେନ୍ଦ୍ରାପଡ଼ାରୁ ୭୩ଜଣ, କେଉଁଝରରୁ ୮୯ଜଣ, କୋରାପୁଟରୁ ୬୩ଜଣ, ମୟୁରଭଞ୍ଜରୁ ୧୮୭ଜଣ, ମାଲକାନଗିରିରୁ ୭୨ଜଣ, ନବରଙ୍ଗପୁରରୁ ୮୩ଜଣ, ନୟାଗଡ଼ରୁ ୯୭ଜଣ, ନୂଆପଡ଼ାରୁ ୨୮ଜଣ, ପୁରୀରୁ ୧୪୧ଜଣ, ରାୟଗଡାରୁ ୪୫ଜଣ, ସମ୍ବଲପୁରରୁ ୩୮ଜଣ, ସୋନପୁରରୁ ୨୫ଜଣ, ସୁନ୍ଦରଗଡରୁ ୪୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୭ ଲକ୍ଷ ୭୭ ହଜାର ୭୩୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୫୯ ହଜାର ୫୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୧୮୨ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୪ ହଜାର ୯୮୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ ହଜାର ୧୦୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Watch: ଏଥର ବିନା ପରୀକ୍ଷାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ, ଆଉ ଯିବାକୁ ପଡିବନି RTO

[amazon_auto_links id=”9932″]

Share this: