India: ଗତ ୨୪ ଘଣ୍ଟା ମଧ୍ୟରେ ୬୦୪୭୧ ନୂଆ କରୋନା ପଜିଟିଭ ଚିହ୍ନଟ, ୨୭୨୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଖୁସି ଖବର ଦେଶରେ କରୋନା (Covid-19) ସଂକ୍ରମଣର ଗତି ମନ୍ଥର ହୋଇଯାଇଛି। ନୂତନ ମାମଲା ହ୍ରାସ ହେବା ସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର ୬୦ ହଜାର ୪୭୧ଟି ନୂଆ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହା ସହିତ ଦେଶରେ ସଂକ୍ରମିତ କରୋନା ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧ କୁ ବୃଦ୍ଧି ପାଇଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ ୨ ହଜାର ୭୨୬ ରୋଗୀ ମୃତ୍ୟୁବରଣ କରିଥିବାବେଳେ ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୩୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ, ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ହୋଇଛି।
Also Read | ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
[amazon_auto_links id=”10233″]